ଓଡିଶା

odisha

ETV Bharat / state

ଡଙ୍ଗାରେ ବାଲଟ ବାକ୍ସ ନେଲେ ପୋଲିଂ ପାର୍ଟି - ଇନ୍ଦ୍ରାବତୀ ନିର୍ବାଚନୀ ଖବର

କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଅନୁଷ୍ଠିତ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଡଙ୍ଗାରେ ବାଲଟ ବାକ୍ସ ନେଲେ ପୋଲିଂ ପାର୍ଟି । ଅଧିକ ପଢନ୍ତୁ

ଡଙ୍ଗାରେ ବାଲଟ ବାକ୍ସ ନେଲେ ପୋଲିଂ ପାର୍ଟି
ଡଙ୍ଗାରେ ବାଲଟ ବାକ୍ସ ନେଲେ ପୋଲିଂ ପାର୍ଟି

By

Published : Feb 24, 2022, 10:36 PM IST

Updated : Feb 25, 2022, 11:38 AM IST

ଭବାନୀପାଟଣା: ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ସରିଛି । କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଅନୁଷ୍ଠିତ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ।

ଜଳଭଣ୍ଡାର ମଧ୍ୟରେ ଥିବା ୧୬ ଟି ଗାଁର ୧୧ ଟି ବୁଥରେ ମତ ସାବ୍ୟସ୍ତ କରିଛନ୍ତି ବୁଡି ଅଞ୍ଚଳବାସୀ । ସେପଟେ ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳ ରାଶି ମଧ୍ୟରେ ଡଙ୍ଗାରେ ମତଦାନ କେନ୍ଦ୍ରକୁ ଯାଇ ନିର୍ବାଚନ ପରିଚାଳଣା କରିଥିଲେ ପୋଲିଂ ପାର୍ଟି । ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟି ଯିବା ଆସିବା ସହ କିଭଳି ଭାବରେ ବାଲଟ ବାକ୍ସ ସୁରକ୍ଷିତ ଫେରିବ ସେନେଇ ମଟର ଚାଳିତ ଡଙ୍ଗାର ବ୍ୟବସ୍ଥା କରି ଥିବାବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 25, 2022, 11:38 AM IST

ABOUT THE AUTHOR

...view details