ଓଡିଶା

odisha

ETV Bharat / state

ଆଉ ଦିନକ ପରେ ନୂଆଦିଲ୍ଲୀ ରାଜପଥରେ ଗର୍ଜିବ ବଜାଶାଲ - tribal dance of kalahandi

୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ରାଜପଥ ଠାରେ ପରିବେଷଣ ହେବ ଆଦିବାସୀ ସଂସ୍କୃତିର ଲୋକଗୀତ । ଅଧିକ ପଢନ୍ତୁ....

ଆଉ ଦିନକ ପରେ ନୂଆଦିଲ୍ଲୀ ରାଜରାସ୍ତାରେ ଗର୍ଜିବ ବଜାଶାଳା
ଆଉ ଦିନକ ପରେ ନୂଆଦିଲ୍ଲୀ ରାଜରାସ୍ତାରେ ଗର୍ଜିବ ବଜାଶାଳା

By

Published : Jan 24, 2021, 10:55 PM IST

ଭବାନୀପାଟଣା: ଆଉ ଦିନକ ପରେ ଦିଲ୍ଲୀ ରାଜ ପଥରେ ଗର୍ଜିବ ବଜାଶାଲ । ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ରାଜପଥ ଠାରେ ପରିବେଷଣ ହେବ ଆଦିବାସୀ ସଂସ୍କୃତିର ଲୋକଗୀତ ଲୋକବାଦ୍ୟ ଲୋକ ନୃତ୍ୟର ମହାନ ନିଦର୍ଶନ ବଜାଶାଲ । କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀରେ ଏହି ଲୋକଗୀତ ପରିବେଷଣ ହେବ।

ଆଉ ଦିନକ ପରେ ନୂଆଦିଲ୍ଲୀ ରାଜରାସ୍ତାରେ ଗର୍ଜିବ ବଜାଶାଳା

ଜିଲ୍ଲାର କଳା ସଂସ୍କୃତିକୁ ନେଇ ଅନେକ ସମୟରେ ଜାତୀୟ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରତିଭା ଅନୁଷ୍ଠାନ ପୁଣିଥରେ ଜାତୀୟସ୍ତରରେ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛି । ତେବେ ନିଜର ବେଷ୍ଟ ପ୍ରଫର୍ମାନ୍ସ ଦେବା ପାଇଁ ପ୍ରତେକ କଳାକାଲ ଲାଗି ପଡିଛନ୍ତି । ଗତ ୩ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏହି ଦଳ ଦିଲ୍ଲୀରେ ପହଞ୍ଚିଥିଲା । ବର୍ତ୍ତାମାନ ସେଠାରେ କଳାକାର ମାନେ ଜୋର ସୋରରେ ଅଭ୍ୟାସ ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details