ଓଡିଶା

odisha

ETV Bharat / state

ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ମହାବାହୁ - ରଥଯାତ୍ରା ବନ୍ଦ

ରଥଟଣା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ ଜଣାଇ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ରହିଛି। ତେବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବାହୁଡାଯାତ୍ରା ହୋଇ ନଥିଲେ ବି ଠାକୁରଙ୍କ ନୀତିକାନ୍ତି କରାଯାଇଛି। ଅଧିକ ପଢନ୍ତୁ...

ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ମହାବାହୁ
ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ମହାବାହୁ

By

Published : Jul 2, 2020, 4:11 AM IST

କଳାହାଣ୍ଡି: ରଥଟଣା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ ଜଣାଇ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ରହିଛି। ତେବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବାହୁଡାଯାତ୍ରା ହୋଇ ନଥିଲେ ବି ଠାକୁରଙ୍କ ନୀତିକାନ୍ତି କରାଯାଇଛି।

ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ମହାବାହୁ

ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ବିଜେ ପରେ ମୁଖ୍ୟ ମନ୍ଦିରକୁ ଆସିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ହାତଗଣତି କିଛି ଭକ୍ତ ଓ ସେବାୟତଙ୍କ ଉପସ୍ଥିତିରେ ଠାକୁରଙ୍କ ନୀତିକାନ୍ତି ହୋଇଥିଲା । ପୂର୍ବରୁ ପ୍ରଶାସନ ପକ୍ଷରୁ ଜାରି ହୋଇଥିଲା ୧୪୪ ଧାରା। ଚଳିତ ବର୍ଷ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରାରେ ପଥ ପ୍ରସ୍ତୁତ ଥିଲେ ହେଁ କଟକଣା ନେଇ ରଥ ନଥିଲା। କହିବାକୁ ଗଲେ ଭକ୍ତ ବିନା ଭଗବାନ ବି ରଥାରୂଢ ହେବାକୁ ଚାହିଁ ନଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details