ଓଡିଶା

odisha

ETV Bharat / state

ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ - awasa corruption in narla block

ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ । ଅଧିକ ପଢନ୍ତୁ...

awasa corruption
ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ

By

Published : Jan 8, 2020, 11:09 PM IST

ଭବାନୀପାଟଣା: ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ ।

ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ

2004-05 ବର୍ଷରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଦିଆଯାଇଥିବା ଦର୍ଶାଯାଇଛି । ହେଲେ ତାଙ୍କର କୌଣସି ପକ୍କା ଘର ନଥିବା ଦେଖିବାକୁ ମିଳିଛି । ଏବେବି ସେ ଟାଇଲ ଛପର ମାଟି ଘରେ ରହୁଛନ୍ତି । ଆଉ ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ଯାଏଁ ଧାଉଁଛନ୍ତି ।

ସେହିପରି ସର୍ଭେ ରିପୋର୍ଟରେ ଏହି ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କର ପକ୍କା ଘର ଥିବା ଦର୍ଶାଇ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି । ହେଲେ ପ୍ରକୃତରେ ପୂର୍ଣ୍ଣଚନ୍ଦ୍ରଙ୍କର ଭଙ୍ଗାଦଦରା ଘର ଥିବାରୁ ସେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେପଟେ ଏପରି ଅଭିଯୋଗ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ନର୍ଲା ବିଡିଓ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details