ଭବାନୀପାଟଣା: ଲକଡାଉନର ଶକ୍ତ ମାଡରେ ଘାଇଲା ଅଟୋ ଚାଳକ । ମାସେ ହେଲା ରାସ୍ତାରେ ଚକ ଗଡୁ ନଥିବାରୁ ସଂକଟରେ ସହରୀ ପରିବହନର ଲାଇଫ ଲାଇନ କୁହାଯାଉଥିବା ଅଟୋ ଚାଳକଙ୍କ ବୃତ୍ତି । ଦିନେ ଅଧେ ନୁହେଁ ଲକଡାଉନ ଯୋଗୁଁ ମାସେ ହେଲା ଅଟୋ ଚାଳକଙ୍କ ବ୍ୟବସାୟ ପୁରା ଗୋଲ। ଫଳରେ ଅସହ୍ୟ ହୋଇ ପଡିଛି ପେଟ ପାଟଣାର ଜ୍ବାଳା ।
ଏ ହେଉଛି କଳାହାଣ୍ଡି ଜିଲ୍ଲା ଅଟୋ ଷ୍ଟାଣ୍ଡର ଦୃଶ୍ୟ । ଯେଉଁଠି ଦୈନିକ ହଜାର ହଜାର ଯାତ୍ରୀଙ୍କୁ ଦେଖି ଅଟୋ ଚାଳକଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଏବେ ଏହି ସ୍ଥାନ ଯାତ୍ରୀଶୂନ୍ୟ । ସହରଠାରୁ ଗ୍ରାମାଞ୍ଚଳକୁ ଯାତାୟତ ପାଇଁ ଅଟୋ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହାକୁ ଭରସା କରି ବିଭିନ୍ନ ସ୍ଥାନରୁ ପେଟ ପୋଷିବାକୁ ଆସିଥିବା ଅଟୋ ଚାଳକଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ। ହେଲେ ଏମାନଙ୍କର ଭାଗ୍ୟରେ ଯେ ଦିନେ ଏମିତି ଦିନ ଆସିବ ତାହା ଚିନ୍ତା ବାହାରେ ଥିଲା।