ଭବାନୀପାଟଣା: ଲକଡାଉନ ସମୟରେ ଦୁଷ୍କର୍ମ । ସାରା ବିଶ୍ୱ କୋରୋନା ସହ ଲଢେ଼ଇ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମୁମୁର୍ଷ ଆବସ୍ଥାରେ ଯୁବତୀ ମଦ ଭାଟି ନିକଟରୁ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ । ଥୁଆମୁଳ ରାମପୁର ଥାନା ତାସିଗୁଡା ମଦଭାଟି ନିକଟରୁ ଯୁବତୀ ଉଦ୍ଧାର ।
ଗୁରୁତର ଯୁବତୀ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଚିକିତ୍ସିତ । ଥୁଆମୁଳ ରାମପୁର ଅଞ୍ଚଳର ଡମ୍ବରୁ ଗୈଡ ଯୁବତୀ ସହ ବିବାହ ପ୍ରଲୋଭନ ଦେଖାଇ ଗତକାଲି ରାତିରେ ଫେରାର କରି ନେଇଥିଲା । ପରେ ଦୁଷ୍କର୍ମ କରି ହତ୍ୟା ଉଦ୍ଦେଶ୍ୟରେ ପଥର ଓ ଲୁହା ରଡ଼ରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।