ଓଡିଶା

odisha

ଥାନା ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣ

By

Published : Jan 9, 2022, 8:39 AM IST

ଜୟପାଟଣା ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣାର ତଦନ୍ତ କରିବାକୁ ଯାଇ ଥାନା ଅଧିକାରୀ ଆକ୍ରମଣର ଶିକାର ହୋଇଥିଲେ । ଅଧିକ ପଢ଼ନ୍ତୁ

attacked on police officer in kalahandi
ଥାନା ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣ

ଭବାନୀପାଟଣା: ଜୟପାଟଣା ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଘଟଣାର ତଦନ୍ତ କରିବାକୁ ଯାଇ ଥାନା ଅଧିକାରୀ ଆକ୍ରମଣର ଶିକାର ହୋଇଥିଲେ ।

ଥାନା ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣ

ଘଟଣା ଅନୁଯାୟୀ, ମୁଖୀଗୁଡ଼ା ଓଏଚପିସି କର୍ମଚାରୀ କୁଳମଣି ରଥ ନିଜ ସହକର୍ମୀ କାଳୁଚରଣ ଭୂୟାଁ ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣ ଭୂୟାଁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆହତ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉକ୍ତ ଘଟଣା ନେଇ ଆହତଙ୍କ ପରିବାର ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାର ତଦନ୍ତ ପାଇଁ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଘଟଣାସ୍ଥଳରେ ପହଞ୍ଚିଥିଲେ । ତଦନ୍ତ ସମୟରେ କୁଳମଣି ଥାନା ଅଧିକାରୀଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ଥାନା ଅଧିକାରୀଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details