ଭବାନୀପାଟଣା :ତେଜୁଛି ଆଶାକର୍ମୀ ଓ ଡାକ୍ତରାଣୀ ବିବାଦ। ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ଆଶାକର୍ମୀ ସଂଘ । ସୂଚନା ଅନୁସାରେ, ଥୁଆମୂଳ ଅନ୍ତର୍ଗତ ବଣ୍ଡାବାଗ ଗାଁର କ୍ଷୀରମଣି ଝଡ଼ିଆ ଗତ ସେପ୍ଟେମ୍ବର ୩୦ରେ ପ୍ରସବ ଜନିତ ଯନ୍ତ୍ରଣା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଆଶାକର୍ମୀ ସଙ୍ଗୀତା ନାଏକ କ୍ଷୀରମଣି ଝଡିଆଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରାଣୀ ହେମାଙ୍ଗୀନି ମେହେରଙ୍କୁ ଚିକିତ୍ସା ପାଇଁ କହିଥିଲେ । ଏହାକୁ ନେଇ ଉଭୟ ଆଶାକର୍ମୀ ଓ ଡାକ୍ତରଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଥିଲା । ପରେ ଡାକ୍ତରାଣୀ ସମ୍ପୃକ୍ତ ଆଶାକର୍ମୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ତେଜୁଛି ଆଶାକର୍ମୀ ଓ ଡାକ୍ତରାଣୀ ବିବାଦ: ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଆଶାକର୍ମୀ ସଂଘ
ତେଜୁଛି ଆଶାକର୍ମୀ ଓ ଡାକ୍ତରାଣୀ ବିବାଦ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ଆଶାକର୍ମୀ ସଂଘ । ଅଧିକ ପଢନ୍ତୁ
ଏହି ଘଟଣାକୁ ଇତି ମଧ୍ୟରେ ୨ ମାସ ପୁରିବାକୁ ବସିଛି । ହେଲେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ଏନେଇ ଆଜି (ସୋମବାର) ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଭବାନୀପାଟଣା ସହରରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଡାକ୍ତରାଣୀଙ୍କୁ ବଦଳି ନ କଲେ । ଆଗାମୀ ଦିନରେ ଆଶାକର୍ମୀ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ