ଭବାନୀପାଟଣା:ଥୁଆମୂଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଯୋଗିତାରେ ଶତାଧିକ ଆଦିବାସୀ ଅଂଶ ଗ୍ରହଣ କରିଥିଲେ । ତେବେ କଳାହାଣ୍ଡି ଉତ୍ସବ ଘୁମୁରାର ପରମ୍ପରା ଅନ୍ୟ ଉତ୍ସବଠାରୁ ଭିନ୍ନ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଲୋକ ସାମିଲ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନ୍ୟତମ । ଆସନ୍ତା ୧୪ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଜିଲ୍ଲାର ଲୋକ ମହୋତ୍ସବ 'ଘୁମୁରା-୨୦୨୪' ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡାଠାରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ବୁଡି ଅଞ୍ଚଳରୁ ପ୍ରତିଯୋଗୀମାନଙ୍କ ସହ ଦେଖଣାହାରୀ ମଧ୍ୟ ଛୁଟି ଆସିଥିଲେ । ଆଉ ସବୁବେଳେ ସ୍ତବ୍ଧ ହୋଇ ରହୁଥିବା ଏ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା । ପ୍ରତିଯୋଗିତାକୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାସହ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସେମାନେ ମଧ୍ୟ ତୀରନ୍ଦାଜୀର ମଜା ନେଇଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କ୍ରୁତି ପ୍ରତିଯୋଗୀ ଓ ସ୍ଥାନୀୟ ଆଦିବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ...ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମା’ ମାଣିକେଶ୍ୱରୀ ଘୁମୁରା ଏକାଡେମୀ