ଘାଟିରେ ଲାଗିଛି ମାଓ ବିରୋଧୀ ପୋଷ୍ଟର - ସଚେତନ ନାଗରିକ ମଞ୍ଚ ଓ ବିଶ୍ବ ଆରୋଗ୍ୟ ଚେତନା ସମିତି

23:01 March 31
ଘାଟିରେ ଲାଗିଛି ମାଓ ବିରୋଧୀ ପୋଷ୍ଟର
19:57 March 31
ଘାଟିରେ ଲାଗିଛି ମାଓ ବିରୋଧୀ ପୋଷ୍ଟର
ଭବାନୀପାଟନା: ଲକଡାଉନ ସମୟରେ ଘାଟିରେ ଲାଗିଛି ମାଓ ବିରୋଧୀ ପୋଷ୍ଟର । କଳାହାଣ୍ଡି ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଜାତୀୟ ରାଜପଥ ୨୬ ଆମପାଣି ବିରିମୁହାଁଣ ଛକ ନିକଟରେ ଲାଗିଛି ମାଓ ବିରୋଧୀ ପୋଷ୍ଟର ।
ସଚେତନ ନାଗରିକ ମଞ୍ଚ ଓ ବିଶ୍ବ ଆରୋଗ୍ୟ ଚେତନା ସମିତି ନାଁ ଉଲ୍ଲେଖ ଥିବା ଏହି ପୋଷ୍ଟରରେ ବର୍ତ୍ତମାନ ଦେଖାଦେଇଥିବା କୋରୋନା ଯୋଗୁଁ ଅନ୍ୟ ରାଜ୍ୟ ସୀମାନ୍ତରେ ଥିବା ମାଓବାଦୀମାନେ ଏହି ଅଞ୍ଚଳକୁ ଆସିଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ କିଛି ମାଓବାଦୀଙ୍କୁ କୋରୋନା ସଂକ୍ରମଣ ଥିବା ଲେଖାଯାଇଛି । ଏଣୁ ସେମାନଙ୍କୁ କୌଣସି ସାହାୟକ କିମ୍ବା ଖାଦ୍ୟ ସାମଗ୍ରୀ ନଦେବାକୁ ଅନୁରୋଧ କରିବା ସହ ସେମାନଙ୍କ ସଭା ସମିତିରେ ଯୋଗ ନଦେବାକୁ ପରାମର୍ଶ ଦିଆଯାଇଛି । ଏହାସହ ସେମାନଙ୍କ ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି ।
ଏହା ବ୍ୟତୀତ ସଚେତନ ନାଗରିକ ମଞ୍ଚ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ କୋରୋନା ଆକ୍ରାନ୍ତ ଲକ୍ଷଣ ଥିଲେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବାକୁ ଆହ୍ବାନ ଦିଆଯାଇଛି । ଆମପାଣି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ