ଓଡିଶା

odisha

ETV Bharat / state

ଦୁର୍ନୀତିକୁ ବିରୋଧ: ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ - ଦୁର୍ନୀତିକୁ ବିରୋଧ ତାତିଲେ ଜନତା

ରାଜ୍ୟ ସରକାର ଗଣତାନ୍ତ୍ରିକ ଶାସନରେ ଜନତା ହିଁ ମାଲିକ କଥା କହୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନର୍ଗତ ଅଁଳାଭଟା ଗ୍ରାମପଞ୍ଚାୟତରେ ଜନତାଙ୍କ ଯୋଜନାକୁ ଆତ୍ମସାତ କରାଯାଉଛି । ତଦନ୍ତ ଦାବି ନେଇ ତାଲା ପକାଇଲେ ଗ୍ରାମବାସୀ

ଦୁର୍ନୀତିକୁ ବିରୋଧ: ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

By

Published : Oct 17, 2019, 4:09 AM IST

କଳାହାଣ୍ଡି: ଦୁର୍ନୀତିର ଗନ୍ତାଘର ସାଜିଛି ଅଁଳାଭଟା ଗ୍ରାମପଞ୍ଚାୟତ । ଏହାର ତଦନ୍ତ ଦାବି ନେଇ ତାଲା ପକାଇଲେ ଗ୍ରାମବାସୀ ।

ରାଜ୍ୟ ସରକାର ଗଣତାନ୍ତ୍ରିକ ଶାସନରେ ଜନତା ହିଁ ମାଲିକ କଥା କହୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନର୍ଗତ ଅଁଳାଭଟା ଗ୍ରାମପଞ୍ଚାୟତରେ ଜନତାଙ୍କ ଯୋଜନାକୁ ଆତ୍ମସାତ କରାଯାଉଛି । ସ୍ବଚ୍ଛ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟିର ସପ୍ନ ଦେଖୁଥିବାବେଳେ ଏହି ଗ୍ରାମପଞ୍ଚାୟତର ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।

ଗ୍ରାମପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜୋଗାର ସେବକ ନିଜ ମନମୁତାବକ ବର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବହୁ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଦୁର୍ନୀତିକୁ ବିରୋଧ: ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ତୃଣମୂଳରେ ଜନତାଙ୍କ ମୌଳିକ ଅଧିକାରକୁ ନିଜ ନିଜର ରୋଜଗାରର ପନ୍ଥା ବାଛିନେଇଥିବା ଏହି ବାବୁମାନଙ୍କ ପାଇଁ ବ୍ଳକ ପ୍ରଶାସନ ବି ଛତ୍ରଛାୟା ଖୋଲିଦେଇଛି । ସରକାରୀ ନିୟମକୁ ଖୁଲମଖୁଲା ଉଲଙ୍ଘନ କରି ମନରେଗା କାର୍ଯ୍ୟଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ମନ ମୁତାବକ ଚାଲିଛି । ଏନେଇ ବୁଧବାର ଗ୍ରାମବାସୀ ଗ୍ରାମପଞ୍ଚାୟତରେ ଅନର୍ଦ୍ଦିଷ୍ଟକାଳ ପାଇଁ ତାଲା ପକାଇଛନ୍ତି ।

ଗ୍ରାମପଞ୍ଚାୟତକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ପଣସ ଖାଇ ଜନତାଙ୍କ ମୁଣ୍ଡରେ ଅଠା ଲଗାଉଥିବା ଲାଭଖୋର ବାବୁମାନଙ୍କ ମୁଖା ଖୋଲିବ ବୋଲି ଅଞ୍ଚଳରେ ଦାବି ହେଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details