ଓଡିଶା

odisha

ETV Bharat / state

ନୀଳଗିରି ଗଛ ନେଇ ଗଲେ ଆନ୍ଧ୍ର କାଠ ମାଫିଆ, ଭୟରେ ଜୀବନ କାଟୁଛନ୍ତି ପେଙ୍ଗଢୁସି ଗ୍ରାମବାସୀ - ଆନ୍ଧ୍ର କାଠ ମାଫିଆ

ଆଦିବାସୀଙ୍କ ଠାରୁ ନୀଳଗିରି ଗଛ ଛଡାଇ ନେଲେ ଆନ୍ଧ୍ର କାଠ ମାଫିଆ । ସ୍ଥାନୀୟ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି। ଅଧିକ ପଢନ୍ତୁ

andhra timber mafia looted nilgiri trees
andhra timber mafia looted nilgiri trees

By

Published : Feb 17, 2023, 1:44 PM IST

andhra timber mafia looted nilgiri trees

ଭବାନୀପାଟଣା:କୋଟିଆ ହାତେଇବାକୁ ଉଦ୍ୟମ ଜାରି ରଖିଥିବା ଆନ୍ଧ୍ରର ନଜର ଏବେ କଳାହାଣ୍ଡିର ନୀଳଗିରି ଗଛ ଉପରେ। ବନ୍ଧୁକ ମୁନରେ ଜୋର ଜବରଦସ୍ତି ଛଡାଇ ନେଇଛନ୍ତି ଥୁଆମୂଳ ରାମପୁର ପେଙ୍ଗଢୁସି ଗ୍ରାମର 15 ଟି ପରିବାର 3 ଶହ ଟ୍ରିପ ନୀଳଗିରି ଗଛ । ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ଗ୍ରାମବାସୀ । କୋର୍ଟ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଂଗ୍ରାମୀ ନେତା ରୋହିତ ଦୁର୍ଗାଙ୍କ ଦ୍ବାରା ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏନେଇ ଏସପି ଅଭିଳାଷ ଜୀ ଏହି ଘଟଣାରେ ଥୁଆମୂଳ ରାମପୁର ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବୁ କହିଛନ୍ତି ରୋହିତ ଦୁର୍ଗା । ସୂଚନା ଆଉକି, ପେଙ୍ଗଧୁସି ଗ୍ରାମର ଆସ୍ତୁ ମାଝୀ ଓ ଅନ୍ୟ 14 ଜଣ ଚାଷୀ ନିଜ ଜମିରେ ନୀଳଗିରି ଗଛ ୟୁ ହରି କ୍ରିଷ୍ଣାଙ୍କ ସହାୟତାରେ ଲଗେଇ ଥିଲେ ।

ହେଲେ ୟୁ ହରି କ୍ରିଷ୍ଣାଙ୍କ 2020 ରେ ମୃତ୍ୟୁ ହୋଇଥିଲା । କିନ୍ତୁ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଆନ୍ଧ୍ରର କେଭି ମୋହନ, ଆଲା ଲୋକେଶ, ଆଲା ଭାରା ନାମକ ବ୍ୟକ୍ତି ଏଠାରୁ ଆସି ମାରଣାସ୍ତ୍ର ଦେଖାଇ ରାତି ଅଧିଆ ଏମାନଙ୍କ ୩ ଶହ ଟ୍ରିପ ଗଛ କାଟି ନେଇଥିବା ଆଦିବାସୀ ମାନେ ଅଭିଯୋଗ କରିଛନ୍ତି ।

ଏଥି ସହ ଆମକୁ ବନ୍ଧୁକ ମୁନରେ କାଠ ମାଫିଆ ମାନେ ଡ଼ରାଇ ଥିବା ସେମାନେ କହିଛନ୍ତି । ଏନେଇ ସ୍ଥାନୀୟ ପୋଲିସର ଦ୍ୱାରସ୍ଥ ହୋଇଥିଲେ କିଛି ସହଯୋଗ ମିଳିପାରିନଥିଲା । ଏହାପରେ ଏହି ପ୍ରସଙ୍ଗ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ 15 ପରିବାର । ଗତ ଫେବୃଆରୀ 3ରେ ଥୁଆମୂଳ ରାମପୁର ପୋଲିସକୁ ମାମଲା ରୁଜୁ କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ପୋଲିସ କିଛି ପଦକ୍ଷେପ ଗ୍ରହଣ କଲା ନାହିଁ । ଫଳରେ ଏହି ଗଛ ହରାଇଥିବା 15 ଚାଷୀ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପି ଘଟଣାର ସମ୍ବେଦନଶୀଳକୁ ଦେଖି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅଞ୍ଚଳରେ 20ରୁ ଊର୍ଦ୍ଧ୍ବ ଚାଷୀ ନୀଳଗିରି ଚାଷ କରିଛନ୍ତି । ମାତ୍ର ଆନ୍ଧ୍ର କାଠ ମାଫିଆଙ୍କ ଗୁଣ୍ଡା ରାଜ ଦେଖି ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତି କି ଏମାନେ ସେଠାକାର କିଛି ସ୍ଥାନୀୟ ଗୁଣ୍ଡାକୁ ବି ଲଗାଇ ଡରାଉ ଥିବା ଅଭିଯୋଗ ହୋଇଛି । ଏମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ମଧ୍ୟ ଏସପିଙ୍କୁ ଜଣାଇଛନ୍ତି । ତେବେ ପୋଲିସ ପ୍ରଥମରୁ କାହିଁକି ସୁରକ୍ଷା ଦେଲା ନାହିଁ ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣା ନେଇ ଆଦିବାସୀ ମାନେ କମିଶନଙ୍କ ପାଖରେ ଅଭିଯୋଗ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details