ଓଡିଶା

odisha

ETV Bharat / state

ଖାରଜ ହେଲା ବେଲ୍‌ ପିଟିସନ, ବିଭାଗୀୟ ହାଜତକୁ ଗଲେ ଅନାମ - ଅନାମଙ୍କ ବେଲ ପିଟିସନ ଖାରଜ

ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନାମ ନାଏକ । ଅଧିକ ପଢନ୍ତୁ ...

anam naik bail petition rejected, kalahandi latest news, anam naik sent to jail, ଜେଲ ଗଲେ ଅନାମ ନାଏକ, ଅନାମଙ୍କ ବେଲ ପିଟିସନ ଖାରଜ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌
ଖାରଜ ହେଲା ବେଲ୍‌ ପିଟିସନ, ବିଭାଗୀୟ ହାଜତକୁ ଗଲେ ଅନାମ

By

Published : Jan 24, 2020, 4:26 AM IST

କଳାହାଣ୍ଡି: ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନାମ ନାଏକ । ଗତ 17 ତାରିଖ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନରେ ଚଢାଉ କରିଥିଲା । ଏନେଇ ଗୁରୁବାର କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ପରେ 7 ଦିନ ପାଇଁ ତାଙ୍କୁ ରିମାଣ୍ଡରେ ରଖାଯାଇଛି ।

ଖାରଜ ହେଲା ବେଲ୍‌ ପିଟିସନ, ବିଭାଗୀୟ ହାଜତକୁ ଗଲେ ଅନାମ

ଚଢାଉରେ ଅନାମ ନାଏକଙ୍କ ଠାରୁ ମୋଟ 3 କୋଟି 42 ଲକ୍ଷ 402 ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍‌ । ଅନାମ ନାଏକ 2014 ସାଧାରଣ ନିର୍ବାଚନରେ ଭବାନୀପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ 2016 ମସିହାରେ ବିଧାୟକ ଭାବେ ଖଣି ଲିଜ ପାଇଁ ଲାଞ୍ଚ ଦାବି କରୁଥିବା ଷ୍ଟିଙ୍ଗ ଅପରେସନରେ ଧରା ପଡିଥିଲା ।

ଯାହା 2019ରେ ତାଙ୍କ ଟିକେଟ କଟିବାର ମୁଖ୍ୟ କାରଣ ସାଜିଥିଲା । ଗିରଫ ପରେ ତାଙ୍କୁ ଗୁରୁବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଅନାମଙ୍କ ଓକିଲ ବେଲ ପାଇଁ ଆବେଦନ ବି କରିଥିଲେ । ହେଲେ ବିଚାରପତି ତାଙ୍କର ପିଟିସନ ଖାରଜ କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details