ଭବାନୀପାଟଣା: ଧର୍ମଗଡ଼ ସହରକୁ କୁଣିଆ ଆସିଥିବାବେଳେ ନାବାଳକ ଖେଳୁଥିବାବେଳେ ନ ଖେଳିବା ପାଇଁ ମା' ଗାଳି କରିବାରୁ ଗାଳି ସହିନପାରି ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ଭାବନିପୁର ଗାଁର ସୁଧାଂଶୁ ଶେଖର ପାତ୍ରଙ୍କ ସ୍ତ୍ରୀ ସ୍ମୃତି ରେଖା ପାତ୍ର ନିଜ ୧୧ ବର୍ଷର ପୁଅ ଓମସାଇ ପାତ୍ର ଖେଳୁଥିବାବେଳେ ତାଙ୍କୁ ତାଗିଦ କରିଥଲେ ।
ଗାଳି ସହି ନପାରି ୧୧ ବର୍ଷୀୟ ଶିଶୁର ଆତ୍ମହତ୍ୟା ଅଭିଯୋଗ - kalhandi district news
କଳାହାଣ୍ଡିରେ ଗାଳି ସହି ନ ପାରି ୧୧ ବର୍ଷୀୟ ଶିଶୁର ଆତ୍ମହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ.....
ଗାଳି ସହି ନପାରି ୧୧ ବର୍ଷୀୟ ଶିଶୁର ଆତ୍ମହତ୍ୟା ଅଭିଯୋଗ
ଏଥିରେ ଓମସାଇ ରାଗିଯିବା ସହିତ ମାନସିକ ଭାରସାମ୍ୟ ହରାଇ ଗାଧୁଆଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ। ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ପରିବାର ଲୋକେ ତୁରନ୍ତ କବାଟ ଭାଙ୍ଗି ଓମସାଇଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ