ଓଡିଶା

odisha

ETV Bharat / state

ଉପାନ୍ତ ଇଲାକାରେ ଦୌଡିବ ଆମ୍ବୁଲାନ୍ସ - କଳାହାଣ୍ଡିରେ ଆମ୍ବୁଲାନ୍ସ ସେବା

କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳମାନଙ୍କରେ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି ପକ୍ଷରୁ ଆମ୍ବୁଲାନ୍ସ ଉଦଘାଟନ ହୋଇଛି । ଅଧିକ ପଢ଼ନ୍ତୁ

ambulance service to remote area
ସ୍ୱାସ୍ଥ୍ୟ ସ୍ୱରାଜ ପକ୍ଷରୁ ଆମ୍ବୁଲାନ୍ସ ସେବା ଆରମ୍ଭ

By

Published : Apr 15, 2023, 8:09 PM IST

ସ୍ୱାସ୍ଥ୍ୟ ସ୍ୱରାଜ ପକ୍ଷରୁ ଆମ୍ବୁଲାନ୍ସ ସେବା ଆରମ୍ଭ

ଭବାନୀପାଟଣା: ଉପାନ୍ତରେ ସୁଦୃଢ ହେବ ସ୍ୱାସ୍ଥ୍ୟ ସେବା, ଲୋକଙ୍କ ନିକଟରେ ପହଞ୍ଚିବ ଅତ୍ୟାଧୁନିକ ଆମୁଲାନ୍ସ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ବିକଳ ଚିତ୍ର ସାମ୍ନାକୁ ଆସେ । କେତେବେଳେ ଆମ୍ବୁଲାନ୍ସ ଅଭାବରୁ ରୋଗୀ ମେଡ଼ିକାଲ ପହଞ୍ଚିପାରେ ନାହିଁ ତ ପୁଣି ଆଉ କେତେବେଳେ ଲୋକଙ୍କ ପାଖାରେ ପହଞ୍ଚି ପାରେନି ଉପଯୁକ୍ତ ସ୍ୱାସ୍ଥ୍ୟସେବା । ଅନେକ ସମୟରେ ରୋଗୀଙ୍କୁ ଖଟିଆରେ ବୋହି ନେବାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟସେବାର ଉପଯୁକ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ହେଲେ ଏବେ ଆଦିବାସୀଙ୍କ ଦୁଃଖ ଦୂର ହେବାକୁ ଯାଉଛି । ଦୀର୍ଘ ବର୍ଷ ପରେ ଉପାନ୍ତ ଇଲାକାରେ ଗଡ଼ିବ ଆମ୍ବୁଲାନ୍ସ ।

କେରପାଇ, କାଣୀଗୁମା ଓ ସିଲେଟ ଭଳି ଉପାନ୍ତ ପଞ୍ଚାୟତରେ ସ୍ୱାସ୍ଥ୍ୟ ସ୍ୱରାଜ ପକ୍ଷରୁ ଡାକ୍ତରଖାନା ଖୋଲା ଯାଇଥିବା ବେଳେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ବଡ଼ ଦାୟିତ୍ୱ ହାତକୁ ନେଇଛି ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି । ଲୋକଙ୍କୁ ଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏଲଆଇସି ହାଉସିଂ ଫାଇନାନ୍ସ ଓ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ଠାରେ ଥିବା ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି କାର୍ଯ୍ୟାଳୟରେ ଆମ୍ବୁଲାନ୍ସ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଲଆଇସି ହାଉସିଂ ଫାଇନାନ୍ସ କମ୍ପାନୀର ସିଇଓ ୱାଇ ବିଶ୍ଵନାଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଗିରିସ ଚନ୍ଦ୍ର ରାଉତ, ସ୍ୱାସ୍ଥ୍ୟ ସ୍ୱରାଜ ସିଇଓ ଆକୁଆନ୍ସ ଇଦାସାରୀଙ୍କ ସମେତ ସ୍ୱାସ୍ଥ୍ୟ ସ୍ୱରାଜ ସଂଗଠନ ଓ ଏଲଆଇସି ହାଉସିଂ ଫାଇନାନ୍ସ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଏଲଆଇସି ହାଉସିଂ ଫାଇନାନ୍ସ କମ୍ପାନୀର ସିଇଓ ୱାଇ ବିଶ୍ଵନାଥ ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସର ଉଦଘାଟନ କରିଥିଲେ । ଏନେଇ ସେ କହିଛନ୍ତି," ଆମ୍ବୁଲାନ୍ସ ସହ ଦୁଇଟି ଇଲିଜ ମେସିନ ମଧ୍ୟ ସ୍ୱାସ୍ଥ୍ୟ ସ୍ୱରାଜକୁ ଯୋଗାଇ ଦିଆଯାଇଛି । ଉପାନ୍ତ ଇଲାକାର ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଅତ୍ୟାଧୁନିକ ସାମଗ୍ରୀ ଏହି ଆମ୍ବୁଲାନ୍ସରେ ରହିଛି ।"

ଏହି କାର୍ଯ୍ୟକ୍ରମରେ ଏଲଆଇସି ହାଉସିଂ ଫାଇନାନ୍ସ ଆଞ୍ଚଳିକ ପରିଚାଳକ ରମେଶ ଚନ୍ଦ୍ର ଖୋରା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଡିପିଏମ ଅବନୀ ରଞ୍ଜନ ମହାପାତ୍ର, ଏଲଆଇସି ହାଉସିଂ ଫାଇନାନ୍ସ ସିଏସଆର ମୁଖ୍ୟ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ସ୍ବେଚ୍ଛାସେବୀ ସଂଗଠନ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି ପକ୍ଷରୁ ଥୁଆମୂଳ ରାମପୁର ବ୍ଲକର ୩ ଟି ସ୍ଥାନରେ ମେଡ଼ିକାଲ ନିର୍ମାଣ କରି ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଥିବା ବେଳେ ବିଶେଷ କରି ମ୍ୟାଲେରିଆ ନିରାକରଣ ଓ ଟିଭି ଭଳି ମାରାତ୍ମକ ରୋଗ ବିରୁଦ୍ଧରେ କାମ କରୁଥିବା ଏହା ସ୍ବେଚ୍ଛାସେବୀ ସଂଗଠନ ଆଜି ପ୍ରତ୍ୟେକ ରୋଗ ପାଇଁ ଲୋକଙ୍କୁ ସେବା ଯୋଗାଇ ଦେବାର ସଫଳ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details