ଓଡିଶା

odisha

By

Published : Oct 16, 2019, 7:49 PM IST

ETV Bharat / state

ଅଧାରାସ୍ତାରେ ଫାଟିଲା ଆମ୍ବୁଲାନ୍ସ ଚକା, ଘଣ୍ଟାଏ ଅଟକିଲେ ଗୁରୁତର ରୋଗୀ

ଅଧବାଟରେ ଚକ ଫାଟିବା କାରଣରୁ ଗୁରୁତର ଆହତ ରୋଗୀଙ୍କୁ ବାଟରେ 1 ଘଣ୍ଟା ଅଟକିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ନୂଆଗୁଡା ଗ୍ରାମରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସରକାରୀ ଆମ୍ବୁଲାନ୍ସ ଉପରେ ବି ଭରସା ନାହିଁ । ଅଧବାଟରେ ଚକା ଫାଟିବା କାରଣରୁ ଗୁରୁତର ଆହତ ରୋଗୀଙ୍କୁ ବାଟରେ 1 ଘଣ୍ଟା ଅଟକିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିର ନୂଆଗୁଡା ଗାଁରେ । ଏପରିକି ଆମ୍ବୁଲାନ୍ସ ଡ୍ରାଇଭର କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ଆସି ନଥିଲା । ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ଆମ୍ବୁଲାନ୍ସ ଆସିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁସାରେ, ନୂଆଗୁଡା ଗ୍ରାମର ଯମୁନା ନାଏକ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ବାଟରେ ଆମ୍ବୁଲାନ୍ସର ଚକ ଫାଟିଯିବାରୁ 1 ଘଣ୍ଟା ବାଟରେ ଅଟକି ରହିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ଶେଷରେ ଗଣମାଧ୍ୟମ ପ୍ରତିନିଧିମାନେ କଳାହାଣ୍ଡି ସିଡିଏମଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଏହାପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଯମୁନା ନାଏକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ସଂସ୍ଥା ଗୁଡିକର ଖାମଖିଆଲି ମନୋଭାବ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛି । ଅନେକ ସମୟରେ ଗାଡି ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାଵ ଯୋଗୁଁ ଅଧାବାଟରେ ଅଟକୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details