କଳାହାଣ୍ଡି: ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ । ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଡ୍ରାଇଭର । ଏଭଳି ଏକ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୋଲ ନିକଟରେ ।
ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ , ଅଳ୍ପକେ ବର୍ତ୍ତିଲା ଡ୍ରାଇଭର - ambulance-dropped-under-the-bridge
କଳାହାଣ୍ଡିରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା 108 ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...
ବ୍ରିଜ୍ ତଳକୁ ଖସିଲା ଆମ୍ବୁଲାନ୍ସ
ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କେହି ରୋଗୀ ନଥିଲେ । ଆମ୍ବୁଲାନ୍ସଟି କାହିଁକି ରାସ୍ତା ତଳକୁ ଚାଲି ଯାଇଥିଲା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି। ଯଦି ଆମ୍ବୁଲାନ୍ସରେ ରୋଗୀ ଥାନ୍ତେ ତେବେ ପରିସ୍ଥିତି କ’ଣ ହୋଅଥାନ୍ତା ? ଏଭଳି କିଛି ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ଅନ୍ୟପଟେ ସୁରକ୍ଷିତ ରୋଗୀ ପରିବହନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ