ଓଡିଶା

odisha

ETV Bharat / state

ଭବାନୀପାଟଣାରେ ନିର୍ବାଚନୀ ହିଂସା: ଥାନାର ଦ୍ବାରସ୍ଥ ହେଲେ ବିଜେପି ପୋୖରଧ୍ୟକ୍ଷା ପ୍ରାର୍ଥୀ - ଭବାନୀପାଟଣାରେ ନିର୍ବାଚନୀ ହିଂସା

ପୌର ନିର୍ବାଚନ ସମୟରେ ଭବାନୀପାଟଣା ପୌର ପରିଷଦର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥୀ ବିନିତା ଦାସ । ଅଧିକ ପଢନ୍ତୁ

ଭବାନୀପାଟଣାରେ ନିର୍ବାଚନୀ ହିଂସା: ଥାନାର ଦ୍ବାରସ୍ଥ ହେଲେ ବିଜେପି ପୋୖର ଅଧ୍ୟକ୍ଷା ପ୍ରାର୍ଥୀ
ଭବାନୀପାଟଣାରେ ନିର୍ବାଚନୀ ହିଂସା: ଥାନାର ଦ୍ବାରସ୍ଥ ହେଲେ ବିଜେପି ପୋୖର ଅଧ୍ୟକ୍ଷା ପ୍ରାର୍ଥୀ

By

Published : Mar 26, 2022, 8:30 AM IST

ଭବାନୀପାଟଣା: ସରିଛି ପୌର ନିର୍ବାଚନ । ହେଲେ ଚଳିତ ପୌର ନିର୍ବାଚନରେ ଭବାନୀପାଟଣା ପୌର ପରିଷଦର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । କେଉଁଠି ଦଳୀୟ ପ୍ରାର୍ଥୀ ଓ ସମର୍ଥକ ହାତାହାତି ହୋଇଥିବା ବେଳେ ଆଉ କେଉଁଠି ପ୍ରାର୍ଥୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା ।

ଭବାନୀପାଟଣାରେ ନିର୍ବାଚନୀ ହିଂସା: ଥାନାର ଦ୍ବାରସ୍ଥ ହେଲେ ବିଜେପି ପୋୖର ଅଧ୍ୟକ୍ଷା ପ୍ରାର୍ଥୀ

ଏନେଇ ଗତକାଲି(ଶୁକ୍ରବାର) ବିଜେପି ପୋୖରାଧକ୍ଷା ପ୍ରାର୍ଥୀ ବିନିତା ଦାସ ନିଜ ସମର୍ଥକଙ୍କ ସହ ଥାନାର ଦ୍ୱାରସ୍ତ ହୋଇଛନ୍ତି। ସହରରେ ଦେଖା ଦେଇଥିବା ନିର୍ବାଚନ ହିଂସାର ଉଚିତ ତଦନ୍ତ ସହ ଆଇନ ଗତ କାର୍ଯ୍ୟନୁଷ୍ଠାନ ପାଇଁ ଟାଉନ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜେପି ପୋୖରାଧକ୍ଷା ପ୍ରାର୍ଥୀ ବିନିତା ଦାସଙ୍କ କହିବା ଅନୁସାରେ, ବିଡେଜିର କିଛି କର୍ମୀ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଟଙ୍କା ବାଣ୍ଟିବା ସହ ତାଙ୍କ ଉପରକୁ ମରାଣାନ୍ତକ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ବିନିତା ଦାସ ନିଜ ସମର୍ଥକଙ୍କ ସହ ଥାନାର ଦ୍ୱାରସ୍ତ ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details