ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ । ଡାକ୍ତରାଣୀ ଓ ଆଶା ଦିଦିଙ୍କ ବିବାଦ ଭିତରେ ବଳି ପଡିଲା ରୋଗୀଙ୍କ ଚିକିତ୍ସା । ଜଣେ ମହିଳା ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବାବେଳେ ତାଙ୍କ ଆନୁସଙ୍ଗିକ ଚିକିତ୍ସାରେ ଅବହେଳା ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ଥୁଆମୂଳ ଅନ୍ତର୍ଗତ ବଣ୍ଡାବାଗ ଗାଁର ଖୀରମଣି ଝଡ଼ିଆଙ୍କ ପ୍ରସବ ଜନିତ ଯନ୍ତ୍ରଣା ନେଇ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଆଶାକର୍ମୀ ସଙ୍ଗୀତା ନାଏକ ଖୀରମଣିଙ୍କ ଦାୟିତ୍ବରେ ଥିବା ଡାକ୍ତର ହେମାଙ୍ଗୀନି ମେହେରଙ୍କୁ ଚିକିତ୍ସା ପାଇଁ କହିଥିଲେ । ଏହାକୁ ନେଇ ଉଭୟ ଆଶାକର୍ମୀ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣା ଚାପୁଡା ମାରିବା ଯାଏଁ ମଧ୍ୟ ପହଞ୍ଚି ଥିଲା ।