ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ନିର୍ମାଣଧୀନ ନୂଆ ବସଷ୍ଟାଣ୍ଡକୁ ନେଇ ପ୍ରଶ୍ନ ଉଠିଛି । ନୂଆ ବସଷ୍ଟାଣ୍ଡର ପୁରୁଣା ଟର୍ମିନାଲକୁ ଭଙ୍ଗାଯାଇ ୫ ଏକର ଜମିରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ୧୪ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାମ ଆରମ୍ଭ ହୋଇଛି । ସମ୍ପୃକ୍ତ ଠିକା ସଂସ୍ଥା ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ବେସରେ ମାଟି ଭର୍ତ୍ତି କରାଯାଉଥିବା ସହ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି ।
ଡିକେ ଇଂଜିନିୟରିଂ ଆଣ୍ଡ କନଷ୍ଟ୍ରକସନ ପକ୍ଷରୁ ୧୪.୯୯% କମରେ ଟେଣ୍ଡର ନିଆଯାଇଛି । ଏହି ନିର୍ମାଣ କାର୍ଯ୍ୟ ୨୪ ଡିସେମ୍ବର ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ବେଳେ ଏହାର ନିର୍ମାଣ ଶେଷ ଅବଧି ୨୩ ଡିସେମ୍ବର ୨୨ ପର୍ଯ୍ୟନ୍ତ ରହିଛି । ବସଷ୍ଟାଣ୍ଡରେ ବାସ ଟର୍ମିନାଲ ବିଲଡିଂ, ୩୫ ରୁ ଉର୍ଦ୍ଧ୍ବ ଦୋକାନ ଗୃହ, ପାର୍କିଂ, ରାସ୍ତା , ପେଭିଂ, ଡ୍ରେନ କାମ, ପାଚେରୀ କାମ,ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ, ବସ ସର୍ଭିସି ଷ୍ଟେସନ ଆଦି କାମ ହେବ । ଏହି କନଷ୍ଟ୍ରକସନ କମ୍ପାନୀ ୧୪.୯୯% କମରେ ଟେଣ୍ଡର ନେଇଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ମଧ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି ।