ଓଡିଶା

odisha

ETV Bharat / state

ଆଜିଠୁ ଭବାନୀପାଟଣା ସହରର ଦୋକାନ ବଜାର 3 ଦିନ ବନ୍ଦ - All shops and markets in Bhawanipatna will be closed for three days

ଭବାନୀପାଟଣା ସହରରେ ମଧ୍ୟ ପଜିଟିଭ ସଂଖ୍ୟ ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା ବଣିକ ସଙ୍ଘ ପକ୍ଷରୁ ସହରର ସମସ୍ତ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା ସହରର ଦୋକାନ ବଜାର 3ଦିନ ବନ୍ଦ
ଭବାନୀପାଟଣା ସହରର ଦୋକାନ ବଜାର 3ଦିନ ବନ୍ଦ

By

Published : Apr 28, 2021, 7:53 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଗ୍ରାଫ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦ହଜାରରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭବାନୀପାଟଣା ସହରରେ ମଧ୍ୟ ପଜିଟିଭ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା ବଣିକ ସଙ୍ଘ ପକ୍ଷରୁ ସହରର ସମସ୍ତ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।

ଭବାନୀପାଟଣା ସହରର ଦୋକାନ ବଜାର 3ଦିନ ବନ୍ଦ

ଆଜିଠାରୁ(ବୁଧବାର) ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସହର ସମସ୍ତ ଦୋକାନ ବଜାର ବନ୍ଦ କରିବା ନେଇ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭବାନୀପାଟଣା ସହରରେ ଡ଼ାକବାଜୀ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବା ସହ କୋରୋନା ସମ୍ପର୍କିତ ସଚେତନ ମଧ୍ୟ କରାଯାଇଛି।

ଦେଶରେ କୋରୋନା ସ୍ଥିତି ଲଗାତାର ଖରାପ ଆଡକୁ ଗତି କରିଥିବାବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରାଜ୍ୟର ଛତିଶଗଡ଼ ସୀମାବର୍ତ୍ତୀ ୧୦ ଗୋଟି ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏହି ବନ୍ଦ ଘୋଷଣା ଯୋଗୁଁ ସହର ମଧ୍ୟରେ ବଢୁଥିବା ଆକ୍ରାନ୍ତ ସଂଖ୍ୟରେ ରୋକ ଲାଗିପାରିବ ବୋଲି ସଙ୍ଘ ପକ୍ଷରୁ ଆଶା କରାଯାଇଛି। ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବଦ ଦିଆଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details