ଓଡିଶା

odisha

By

Published : Sep 15, 2022, 4:47 PM IST

ETV Bharat / state

କଳାହାଣ୍ଡି ଛାତ୍ରୀ ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି ଗୋଳାମୁଣ୍ଡା ଥାନା ଛାତ୍ରୀ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ। ଅଧିକ ପଢନ୍ତୁ

ଛାତ୍ରୀ ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଛାତ୍ରୀ ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଅନେକ ଲୋକଙ୍କ ହାତ ରହିଥିବାରୁ ପୋଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ (All Odisha Schedule caste Federation) । ତେବେ ଘଟଣାର ନିରପେକ୍ଷତା ତଦନ୍ତ ପାଇଁ ସିବିଆଇକୁ(CBI) ହସ୍ତାନ୍ତର କରିବା ଦାବିରେ ଆଜି ଫେଡେରସନ ପକ୍ଷରୁ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ଛାତ୍ରୀ ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଶତାଧିକ ଲୋକେ ଭବାନୀପାଟଣା କଲେଜ ଛକ ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଧାରଣାରେ ବସିଥିଲେ । ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।

ଏହା ବି ପଢନ୍ତୁ- କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ଜାତୀୟ ରାଜପଥ ଅବରୋଧ

ତେବେ ସୂଚନା ଥାଉ କି, ଗତ ଅଗଷ୍ଟ ମାସ ୧୮ ତାରିଖରେ ଜିଲ୍ଲାର ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁର ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ଗତ କିଛି ଦିନ ତଳେ ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ଉଭୟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ମାତ୍ର ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲି ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ଗାଁର ଜଣେ ଯୁବକକୁ ଗିରଫ କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ଅନେକ ଲୋକଙ୍କ ହାତ ରହିଥିବାରୁ ପୋଲିସ ଘଟଣା କୁ ଚାପି ଦେବାକୁ ଉଦ୍ୟମ କରୁଥିବାବେଳେ, ଏହାର ନିରପେକ୍ଷତା ତଦନ୍ତ ପାଇଁ ଏହି ଘଟଣା ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ବିକ୍ଷୋଭ କରିଛି ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ।

ଏହା ପୂର୍ବରୁ ଜିଲ୍ଲାରେ ବହୁଜନ ଛାତ୍ର ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ସିବିଆଇ ତଦନ୍ତ ଦାବିରେ କଳାହାଣ୍ଡି ଜିଲ୍ଲା ବହୁଜନ ଛାତ୍ର ସଂଗଠନ ପକ୍ଷରୁ ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬କୁ ଭବାନୀପାଟଣା ସହରରେ ଅବରୋଧ କରାଯାଇଥିଲା । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details