ଓଡିଶା

odisha

ETV Bharat / state

ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା: କଳାହାଣ୍ଡିକୁ ୪ ପଦକ - sports news

ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା । କଳାହାଣ୍ଡିକୁ ୧ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ଓ ବ୍ରୋଞ୍ଜ ପଦକ । ଅଧିକ ପଢନ୍ତୁ

ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା: କଳାହାଣ୍ଡିକୁ ୪ ପଦକ
ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା: କଳାହାଣ୍ଡିକୁ ୪ ପଦକ

By

Published : Nov 28, 2021, 10:39 PM IST

ଭବାନୀପାଟଣା:ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା । କଳାହାଣ୍ଡିକୁ ମିଳିଲା ୧ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ଓ ବ୍ରୋଞ୍ଜ ପଦକ। ରାଜଧାନୀ ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା ଗତ ନଭେମ୍ବର ୨୬ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ୪ ଜଣ କରାଟେ ପ୍ରତିଯୋଗୀ ଭାଗ ନେଇଥିଲେ ।

ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତା: କଳାହାଣ୍ଡିକୁ ୪ ପଦକ

ଲାଞ୍ଜିଗଡ଼ ବ୍ଳକର ଡିଏଭି ସ୍କୁଲର ହିତେଶ କୁମାର ମହାଖୁଡ଼ ଓ କିରନ ବେମାଲ ଭାଗ ନେଇଥିଲେ। ସେହିପରି ଲାଞ୍ଜିଗଡ଼ ସରକାରୀ ଏସଏସଡ଼ି ସ୍କୁଲର ଜକ୍ଷ୍ୟ ପାଟମାଝୀ ଓ ରବୀନ୍ଦ୍ର ବେନାଲ ମଧ୍ୟ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଡିଏଭି ସ୍କୁଲର ହିତେଶ କୁମାର ମହାଖୁଡ଼ ୧୩ ରୁ କମ ବର୍ଷ ବାଳକ ବିଭାଗ କାତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପଦକ ହାତେଇଛନ୍ତି ।

କୁମିତେ(ଫାଇଟିଙ୍ଗ)ରେ ରୌପ୍ୟ ପଦକ ହାସଲ କରିଥିବାବେଳେ କିରନ ବେମାଲ ମଧ୍ୟ ୧୩ ରୁ କମ ବର୍ଷ ବାଳକ ବିଭାଗର କାତାରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ଲାଞ୍ଜିଗଡ଼ ଏସଏସଡି ସ୍କୁଲର ଜକ୍ଷ୍ୟ ପାଟମାଝୀ ୧୫ ବର୍ଷ ବାଳକ କିମିତେରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details