କଳାହାଣ୍ଡି: ଆଧୁନିକତାର ଚାକଚକ୍ୟରେ ବି ବଦଳିନାହିଁ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ଯୁଗ ବଦଳିବା ସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ମଣିଷ ଆଜି ବି ମାନୁଛି ଧାର୍ମିକ ବିଶ୍ବାସ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ ହୋଇଛନ୍ତି ।
ତେବେ ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା। ଆଉ ଆଦିବାସୀଙ୍କ ବାଲିଯାତ୍ରା ବି ଅନନ୍ୟ । ଏଠାରେଠି ଦେଖିବାକୁ ମିଳେ ପାରମ୍ପାରିକ ପରମ୍ପରାର ଝଲକ । ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା। ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ତେବେ ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋର ରୁ କାଠ ଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯାଇଥିଲା। ଏଥିସହ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମାଁ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା । ପରେ ଦୁହେଁ କଣ୍ଟା ଗାଦିଆ ରେ ବସି କଣ୍ଟାଦୋଳିରେ ଝୁଲିଥିଲେ । ଏନେଇ ପରେ ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗି ନିଆଁରେ ଚାଲିଥିଲେ ।