ଭବାନୀପାଟଣା: ଲାଞ୍ଜିଗଡ ବ୍ଲକର 3ଟି ସ୍ଥାନରେ ପୁଣି ମାଓ ପୋଷ୍ଟର । ପ୍ରତି ପଞ୍ଚାୟତରେ ଆରଟିଓ କ୍ୟାମ୍ପ ପାଇଁ ଦାବି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ବେନ ଗାଁ, ଦମାଘାଟି ଓ ବିଜେପୁରରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।
ଏହା ସହ ପୋଷ୍ଟରରେ ଏଥର କଳାହାଣ୍ଡି ଆରଟିଓକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଦୁଇ ଚକିଆ ଓ ଚାରି ଚକିଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନେକ ଯୁବକକୁ ଜାଣିଶୁଣି ହଇରାଣ କରାଯାଉଛି । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲିବା ପାଇଁ ଦାବି କରାଯାଇଛି । ଲାଞ୍ଜିଗଡ-ବେନ ଗାଁ ପ୍ରଧାନମନ୍ତ୍ରୀ ରାସ୍ତାକୁ ବନ୍ଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଥିବାବେଳେ କିଛି ଲୋକେ ମାଓ ବିରୋଧୀ କାମ କରିବା ସହ ପୋଲିସର ଖବର ଦାତା ସାଜି ସୂଚନା ଦେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।