ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଅଧିକାଂଶ ଜିଲ୍ଲାରୁ କୋରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ସୋମବାର କଳାହାଣ୍ଡି ଜିଲ୍ଲାରୁ ଗୋଟିଏ ଦିନରେ ପୁଣି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୩ ଜଣ ମହିଳା ଥିବାବେଳେ ଏମାନେ ସମସ୍ତେ ନର୍ଲା ବ୍ଲକ ଘଣ୍ଟମାଲ ଟିଏମସିରେ ରହୁଥିଲେ । ତେବେ ପ୍ରତିଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଘଟଣା ପ୍ରଶାସନକୁ ଚିନ୍ତାରେ ପକାଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଏକପ୍ରକାର ଆତଙ୍କିତ ।