ଭବାନୀପାଟଣା: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଦେଢ଼ ମାସ ଧାରି ଦେଶରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଏବେ ଅରେଞ୍ଜ ଜୋନର ଅନେକ କ୍ଷେତ୍ରରେ କଟକଣା କୋହଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ କାର ଓ ବାଇକ ସୋରୁମ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବା ପରେ ସାଧାରଣ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି । ବୁଧବାର ସୋ'ରୁମ ଖୋଲିବା ପରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।
କୋହଳ ହେଲା କଟକଣା, ଖୋଲିଲା ବାଇକ ଓ କାର ସୋ'ରୁମ - bike and car showroom was opened
କୋହଳ ହେଲା ଲକଡାଉନ କଟକଣା, ଖୋଲିଲା ବାଇକ ଓ କାର ସୋରୁମ । ଦୀର୍ଘ ଦେଢମାସ ଧରି ବନ୍ଦ ଥିଲା ବ୍ୟବସାୟ । ଅଧିକ ପଢନ୍ତୁ...
କୋହଳ ହେଲା କଟକଣା ଖୋଲିଲା ବାଇକ ଓ କାର ସୋରୁମ
ପ୍ରାୟ ଦେଢ଼ ମାସ ଧରି ଏହି ସମସ୍ତ ସୋ'ରୁମ ବନ୍ଦ ହେବା ଯୋଗୁଁ ମାଲିକମାନେ କ୍ଷତି ସହୁଥିବା ଅଭିଯୋଗ ହୋଇଛି । କର୍ମଚାରୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥିଲେ । ତେବେ ସୋ'ରୁମ ଖୋଲିବା ପରେ କର୍ମଚାରୀଙ୍କ ଠୁ ଆରମ୍ଭ କରି ମାଲିକ ପର୍ଯ୍ୟନ୍ତ ସମସ୍ତେ ଖୁସି ଥିବା କହିଛନ୍ତି ।
କଳାହାଣ୍ତିରୁ ଅଜିତ କୁମାର ସିଂ,ଇଟିଭି ଭାରତ