ଓଡିଶା

odisha

By

Published : Aug 11, 2021, 8:44 AM IST

Updated : Aug 11, 2021, 9:32 AM IST

ETV Bharat / state

ETV BHARAT IMPACT: ବାଲସି ଗାଁର କାଦୁଅ ପଚ ପଚ ରାସ୍ତା ହେବ ପକ୍କା ରାସ୍ତା

‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗାଁର କାଦୁଅ ପଚ ପଚ ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବି ପରେ ରାସ୍ତା କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଈଟିଭି ଭାରତ ପ୍ରଭାବ
ଈଟିଭି ଭାରତ ପ୍ରଭାବ

ଭବାନୀପାଟଣା:ଇଟିଭି ଭାରତ ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଏବେ ଦୂର ହେବ ଲୋକଙ୍କ ରାସ୍ତା ସମସ୍ୟା । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗାଁର କାଦୁଅ ପଚ ପଚ ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବି ପରେ ଚେଇଁଛି ଜିଲ୍ଲା ପ୍ରଶାସନ । ଯଥାଶୀଘ୍ର ଗାଁକୁ ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ETV BHARAT IMPACT: ବାଲସି ଗାଁର କାଦୁଅ ପଚ ପଚ ରାସ୍ତା ହେବ ପକ୍କା ରାସ୍ତା

ଗମନାଗମନ ଭଳି ମୌଳିକ ସୁବିଧା ସବୁଠି ପହଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ତାହା ଅନେକ ସ୍ଥାନରେ କେବଳ ଯୋଜନାରେ ଅଟକି ଯାଇଛି । ଏପରି କିଛି ସରକାରୀ ଉଦାସୀନତା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ଗାଁରେ ।

ପ୍ରାୟ ୩ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନାହିଁ । କାଦୁଅ ପଚପଚ ସହ ଖାଲଖମାରେ ଭର୍ତ୍ତି ରାସ୍ତା ଦେଇ ବିପଦ ଅବସ୍ଥାରେ ଗମନାଗମନ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୦ କି.ମି ଦୂରରେ ଥିବା ଏହି ଗାଁର ଏଭଳି ଚିତ୍ରକୁ ଦେଖିଲେ ବିକାଶ ଚିତ୍ର ଜଳଜଳ ହୋଇ ଦେଖାଯାଉଛି । ଅସରାଏ ବର୍ଷାରେ ଖାଲରେ ଜମି ରହୁଛି ପାଣି । ଖାଲରେ ପାଣି ଜମିବାରୁ ଗାଁକୁ ଆମ୍ବୁଲାନ୍ସ ଯିବା ଅସମ୍ଭବ । ରୋଗୀକୁ ଡାକ୍ତରଖାନା ନେବାକୁ କାନ୍ଧରେ ବୁହାଇବାକୁ ପଡିଥାଏ,ନଚେତ ପ୍ରାୟ ବୁଲିବାକୁ ପଡେ ୧୦ କି.ମି ।

ଲୋକଙ୍କର ଏହି ସମସ୍ୟା ସହିତ ଠିଆ ହୋଇଥିବା ଇଟିଭି ଭାରତ ଗଣମାଧ୍ୟମ । ଗତ ଜୁଲାଇ ୨୬ ତାରିଖରେ ଏନେଇ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦଙ୍କ ନିର୍ଦ୍ଦେଶରେ ବାଳସି ଗାଁକୁ କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଡୁଙ୍କ ସମେତ ଏକ ସ୍ବତନ୍ତ୍ର ଟିମ ରାସ୍ତାର ତଦାରଖ କରିବା ସହ ଯଥାଶୀଘ୍ର ଗାଁକୁ ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ବାଲସି ଗାଁକୁ ଏକ ପକ୍କା ରାସ୍ତା ନିର୍ମାଣ ନେଇ ଆଶା ସଞ୍ଚାର ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

Last Updated : Aug 11, 2021, 9:32 AM IST

ABOUT THE AUTHOR

...view details