ଓଡିଶା

odisha

ETV Bharat / state

ନିର୍ଯାତନା ଅଭିଯୋଗ, ଅଭିଯୁକ୍ତ ଗିରଫ - ନିର୍ଯାତନା ଅଭିଯୁକ୍ତ ଗିରଫ

ଏକପାଖିଆ ପ୍ରେମରୁ ଅପହରଣ ଓ ପରେ ଦୁଷ୍କର୍ମ ପରେ ଥାନାରେ ଉଭୟ ପରିବାର ଉପସ୍ଥିତିରେ ହୋଇଥିଲା ଆପୋଷ ସମାଧାନ । ସ୍ବାମୀ-ସ୍ତ୍ରୀ ଭାବେ ଦେଢବର୍ଷ ରହିବା ପରେ, ଦ୍ବିତୀୟ ବିବାହ କରି ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଇଥିବା ଜଘନ୍ୟ ସ୍ବାମୀ ଗିରଫ । ଅଧିକ ପଢନ୍ତୁ

Accused of torture arrested in ragayada
ନିର୍ଯାତନା ଅଭିଯୋଗ ଅଭିଯୁକ୍ତ ଗିରଫ

By

Published : Mar 13, 2022, 6:07 PM IST

Updated : Mar 13, 2022, 7:07 PM IST

ଭବାନୀପାଟଣା: ଏକପାଖିଆ ପ୍ରେମରୁ ଅପହରଣ ଓ ପରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ଆଉ ତା'ପରେ ଥାନାରେ ମାମଲା ରୁଜୁ ସହିତ ହୋଇଥିଲା ଆପୋଷ ବୁଝାମଣା । ଉଭୟ ପକ୍ଷଙ୍କ ସମ୍ମାନ ପାଇଁ ଥାନାରେ ସହମତିରେ ଆପୋଷ ବୁଝାମଣା ହୋଇ ଦେଢ଼ବର୍ଷ ଧରି ସ୍ଵାମୀ-ସ୍ତ୍ରୀ ଭାବେ ରହିଥିଲେ । ମାତ୍ର ଏବେ ପୁଣି ଧୋକା ଦେଇ ଅନ୍ୟ ଜଣେ ଯୁବତୀକୁ ପ୍ରେମ ବିବାହ କରିଛନ୍ତି ଯୁବ । କେବଳ ସେତିକି ନୁହେଁ, ପ୍ରଥମେ ଅପହରଣ କରି ନେଇଥିବା ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଭଳି ଘଟଣା ଘଟିଛି । ପ୍ରତାରଣାର ଶିକାର ନାବାଳିକା ଜଣକ ଏବେ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇ ନ୍ୟାୟ ମାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

ନିର୍ଯାତନା ଅଭିଯୋଗ ଅଭିଯୁକ୍ତ ଗିରଫ

ଥୁଆମୂଳ ରାମପୁର ବ୍ଲକ ବଡ଼ସୁକୁଲି ଗ୍ରାମର ଜଣେ ନାବାଳିକା ଟିଉସନ୍‌ ପଢ଼ିବାକୁ ମହୁଲପାଟଣା ଯାଇ ଫେରୁଥିବା ବେଳେ ୨୦୨୦ ଅକ୍ଟୋବର ୧୧ରେ ତାଙ୍କୁ ଏକପାଖିଆ ପ୍ରେମ କରୁଥିବା ବଡ଼ସୁକୁଲି ଗ୍ରାମର ପରମାନନ୍ଦ ନାଏକ ରାସ୍ତାରୁ ଅପହରଣ କରି ନେଇଥିଲା । ନାବାଳିକାଙ୍କୁ ପରମାନନ୍ଦ ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ରଖିଥିଲା । ଏନେଇ ପରିବାର ଲୋକ ସୂଚନା ପାଇବା ପରେ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଡକାଇ ଆପୋଷ ବୁଝାମଣା କରିଥିଲା । ନାବାଳିକାଙ୍କୁ ପରମାନନ୍ଦ ନିଜ ଘରେ ଦୀର୍ଘ ଦେଢ଼ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ଭାବରେ ରଖିଥିଲା ।

ତେବେ ଅଧିକାଂଶ ସମୟରେ ସେ ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। ଇତିମଧ୍ୟରେ ଗତ ଫେବୃଆରୀ ୯ ତାରିଖରେ ପରମାନନ୍ଦ ଗ୍ରାମର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଘରେ ଆଣି ରଖିବା ପରେ ପୂର୍ବରୁ ଅପହରଣ କରି ରଖିଥିବା ନାବାଳିକା ପ୍ରତି ଅକଥନୀୟ ଅତ୍ୟାଚାର କରିବା ସହ ଘରୁ ବାହାର କରିଦେଇଥିଲା । ନାବାଳିକା ଜଣକ ନିଜ ବାପାଙ୍କ ଘରକୁ ଆସି ନିର୍ଯାତନାର କାହାଣୀ ବଖାଣିବା ସହ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପରମାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 13, 2022, 7:07 PM IST

ABOUT THE AUTHOR

...view details