ଭବାନୀପାଟଣା: ଜାତୀୟ ରାଜପଥ କଡରେ ଝୁଲୁଛି ଯୁବକଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜାତୟ ରାଜପଥ ୨୬ ବାନ୍ଧୋପଲା ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ତେବେ ମୃତ ଯୁବକ ଜଣକ କାପସରା ଗାଁର ମୋହନ ଗୌଡ଼ ବୋଲି ଜଣାପଡିଛି ।
ଜାତୀୟ ରାଜପଥ କଡରେ ଝୁଲୁଛି ଯୁବକଙ୍କ ମୃତଦେହ - ରାସ୍ତା କଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜାତୟ ରାଜପଥ ୨୬ ବାନ୍ଧୋପଲା ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ କାପସରା ଗାଁର ମୋହନ ଗୌଡ଼ ବୋଲି ଜଣାପଡିଛି । ଅଧିକ ପଢନ୍ତୁ
ଜାତୀୟ ରାଜପଥ କଡରେ ଝୁଲୁଛି ଯୁବକଙ୍କ ମୃତଦେହ
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ