କଳାହାଣ୍ଡି:ପୁଣି ଥରେ ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକ । ଏହି ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବାରିକପଡା,ବେହେରାଗୁଡା ଅଞ୍ଚଳର ବୋଲି ଜଣାପଡ଼ିଛି । ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରେ ଛତିଶଗଡ଼ର ଝାକରପଡା, ଦରଲପଡାର ଶ୍ରମିକମାନେ ସାମିଲ ରହିଛନ୍ତି ।
ଏହି ଶ୍ରମିକଙ୍କୁ ଦାଦନ ଖଟାଇବାକୁ ନେଇ ଠିକାଦାର ମାରପିଟ କରୁଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଏହି ଶ୍ରମିକମାନେ କାମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏମାନଙ୍କୁ 5 ମାସ ପୂର୍ବେ କନାଗାଁର ଥବିର ଓ ଖଣ୍ଡ ନାମକ ଶ୍ରମିକ ଦଲାଲ 5ରୁ 10 ହଜାର ଟଙ୍କା ଅଗ୍ରୀମ ଦେଇ ଆନ୍ଧ୍ରପ୍ରଦେଶ ଦାଦନ ଖଟାଇବାକୁ ନେଇ ଆସିଥିଲେ । ବର୍ତ୍ତମାନ ଟଙ୍କା ମାଗିବାରୁ ସେମାନଙ୍କୁ ଠିକାଦାର ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ଏହି ଶ୍ରମିକ ।