ଓଡିଶା

odisha

ETV Bharat / state

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର - କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ଗାଁରେ ଅଭାବନୀୟ ଘଟଣା । କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର । ଏସମ୍ପର୍କରେ ଅଧିକ ପଢନ୍ତୁ...

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର

By

Published : Oct 24, 2019, 8:30 PM IST

କଳାହାଣ୍ଡି: ସ୍କୁଲ ଯିବା ପାଇଁ କେନାଲକୁ ଗାଧୋଇବାକୁ ଯାଇଥିଲେ ଛାତ୍ର । ହେଲେ କେନାଲକୁ ଯାଇ ଆଉ ଫେରିନଥିଲା ଅଙ୍ଗଦ ବାଗଙ୍କ 12 ବର୍ଷର ପୁଅ ଜୋଗେନ୍ଦ୍ର ବାଗ । ଶେଷରେ ଫେରିଥିଲା ଜୋଗେନ୍ଦ୍ରର ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ଗାଁରେ ।

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର


ଗାଧୋଇବାକୁ ଯାଇ ପୁଅ ବହୁତ ସମୟ ଧରି ନ ଫେରିବା ପରେ ପରିବାର ତାକୁ ଖୋଜାଖୋଜି କରିଥିଲେ । ସେଠାରେ ପୁଅ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ ପରିବାର । ମୃତ ନାବାଳକଙ୍କ ବାପା ଧର୍ମଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details