ଭବାନୀପାଟଣା:ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତାକାଲି(ଶୁକ୍ରବାର) ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ହେଲେ ଏହାକୁ ଭୃକ୍ଷେପ କରୁ ନାହିଁ ଶାସକ ଦଳ । ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ବିରୋଧୀ, ହେଲେ ଏଥିପ୍ରତି ଧ୍ୟାନ ଦେଉନାହିଁ ବିଜେଡି । ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଫଳରେ ବାଧ୍ୟ ହୋଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
ଓଡ଼ିଶା ବନ୍ଦକୁ ସଫଳ କରିବାକୁ କଳାହାଣ୍ଡି କଂଗ୍ରେସର ପ୍ରସ୍ତୁତି ବୈଠକ - odisha bandh news
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତାକାଲି(ଶୁକ୍ରବାର) ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ସଫଳ କରାଇବାକୁ କଳାହାଣ୍ଡି କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ...
ଓଡ଼ିଶା ବନ୍ଦକୁ ସଫଳ କରିବାକୁ କଳାହାଣ୍ଡି କଂଗ୍ରେସର ପ୍ରସ୍ତୁତି ବୈଠକ
ଓଡ଼ିଶା ବନ୍ଦ ଡାକରା ସଫଳ କରାଇବାକୁ କଳାହାଣ୍ଡି କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ଯାନ ବାହାନ ଚଳାଚଳ ବନ୍ଦ କରିବା ପାଇଁ ଆହ୍ବାନ ଦିଆଯାଇଛି । ଓଡ଼ିଶା ବନ୍ଦ ଡାକରାକୁ କିଭଳି ସଫଳ କରାଯିବ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ