ଓଡିଶା

odisha

ETV Bharat / state

ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ରୋଗୀ - no road in deogaan

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଦେଓଗାଁରେ ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସରେ କର୍ଲାମୁଣ୍ଡା ଡାକ୍ତରଖାନା ଆସିଲେ ରୋଗୀ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

By

Published : Jul 21, 2019, 6:22 PM IST

କଳାହାଣ୍ଡି: ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ସ୍ବାସ୍ଥ୍ୟବସ୍ଥାର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଦେଓଗାଁରେ । ଗାଁକୁ ରାସ୍ତା ନଥିବାରୁ ରୋଗୀ ଆଣିବାକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସରେ କର୍ଲାମୁଣ୍ଡା ଡାକ୍ତରଖାନା ଆସିଲେ ରୋଗୀ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ସୂଚନାନୁସାରେ, ଗତ 2 ଦିନ ହେବ ଦେଓଗାଁର କଲୋନୀ ପଡାରେ ଜ୍ବର ଓ ଝାଡାବାନ୍ତିରେ ପୀଡିତ ଥିଲେ ମାଧବଙ୍କ ସ୍ତ୍ରୀ ଦ୍ରୌପଦୀ ସାହୁ । ଆଜି ତାଙ୍କ ଦେହ ଅଧିକ ଖରାପ ହେବାରୁ ସେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ରାସ୍ତା ନଥିବାରୁ ଗାଁ ଭିତରକୁ ଯାଇପାରିଲାନାହିଁ । ଫଳରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୁହା ହେଲେ ଦ୍ରୌପଦୀ ।

ଏମିତି ସ୍ଥିତିରେ କଲୋନୀପଡାରେ ଯଦି ରାସ୍ତା କାମ କରାନଯାଏ ତେବେ ଆଗାମୀ ଦିନରେ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟବାସୀ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ABOUT THE AUTHOR

...view details