ଓଡିଶା

odisha

ETV Bharat / state

ଯାଉନି ଦାଦନ ଦୁଃଖ, କୋଠା ଉପରୁ ପଡି ଚାଲିଗଲା ଏକମାତ୍ର ରୋଜଗାରକ୍ଷମ ପୁଅ - କଳାହାଣ୍ଡିରେ ଜଣେ ଦାଦନ ଶ୍ରମିକଙ୍କ ମୃୃତ୍ୟୁ

ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ମୃତଦେହ ହୋଇ ଫେରିଲେ ଯୁବକ । ଯୁବାବସ୍ଥାରେ ଚାଲିଗଲା ପରିବାର ଏକ ମାତ୍ର ରୋଜଗାରକ୍ଷମ ପୁଅ । କଳାହାଣ୍ଡି କୋକସରା ବ୍ଲକ ଅନ୍ତର୍ଗତ ଖପରାମାଲ ଗାଁରେ ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଯାଉନି ଦାଦନ ଦୁଃଖ, କୋଠା ଉପରୁ ପଡ଼ି ଚାଲିଗଲା ଏକମାତ୍ର ରୋଜଗାରକ୍ଷମ ପୁଅ
ଯାଉନି ଦାଦନ ଦୁଃଖ, କୋଠା ଉପରୁ ପଡ଼ି ଚାଲିଗଲା ଏକମାତ୍ର ରୋଜଗାରକ୍ଷମ ପୁଅ

By

Published : Jun 7, 2022, 11:02 PM IST

ଭବାନୀପାଟଣା:ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ମୃତଦେହ ହୋଇ ଫେରିଲେ ଯୁବକ । ଯୁବାବସ୍ଥାରେ ଚାଲିଗଲା ପରିବାର ଏକ ମାତ୍ର ରୋଜଗାରକ୍ଷମ ପୁଅ । କଳାହାଣ୍ଡି କୋକସରା ବ୍ଲକ ଅନ୍ତର୍ଗତ ଖପରାମାଲ ଗାଁରେ ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ୪ ବର୍ଷ ପୂର୍ବେ ଖପରାମାଲ ଗାଁର ୨୧ ବର୍ଷୀୟ ଯୁବକ ଗଜିନ ନାଏକ ରୋଜଗାର ଆଶାରେ ବା ପରିବାର ପେଟ ଚିନ୍ତାରେ ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲେ । ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ହେଲେ ସୋମବାର ତାଙ୍କ ଜୀବନ ଶେଷ ଦିନ ସାବ୍ୟସ୍ତ ହୋଇଥିଲା ।

ଯାଉନି ଦାଦନ ଦୁଃଖ, କୋଠା ଉପରୁ ପଡ଼ି ଚାଲିଗଲା ଏକମାତ୍ର ରୋଜଗାରକ୍ଷମ ପୁଅ

ଏକ କୋଠା ନିର୍ମାଣ କାମରେ ନିୟୋଜିତ ଥିଲେ ଗଜିନ ନାଏକ । କାମ କରୁଥିବା ସମୟରେ ହଠାତ ଛାତରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଏହି ଖବର ପାଇ ବେଙ୍ଗାଲୁରୁ ଯାଇ ସେଠାରୁ ନିଜ ଉଦ୍ୟମରେ ଏକ ଆମ୍ବୁଲାନ୍ସ ଭଡ଼ା କରି ଗଜିନଙ୍କ ମୃତଦେହ ଗାଁକୁ ଆଣିଥିଲେ । ଗଜିନଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ଗାଁ । ଗଜିନଙ୍କ ପରିବାର ଏବେ ଅସହାୟ ହୋଇ ପଡ଼ିଛି ।

କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ୟା ଦିନକୁ ଦିନ ଉଦବେଗଜନକ ହେବାରେ ଲାଗିଛି । ବିଭିନ୍ନ କାରଣରୁ ଦାଦନ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଏକ ମାସ ମଧ୍ୟରେ ୩ ଜଣ ଦାଦନ ଙ୍କ ମୃତ ହୋଇଥିବା ବେଳେ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ଏଭଳି ସ୍ଥିତିରେ ଗଜିନଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ABOUT THE AUTHOR

...view details