ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଂଘନ, ବିବାହ ମଣ୍ଡପରେ ପୋଲିସର ଚଢ଼ାଉ - function hall sealed in kalahandi

କୋଭିଡ ନିୟମ ଉଲ୍ଲଂଘନ କରିବାରୁ ବିବାହ ମଣ୍ଡପରେ କଳାହାଣ୍ଡି ପୋଲିସ କଲା ଚଢ଼ାଉ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରେଳ ଷ୍ଟେସନ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଏକ ବିବାହ ମଣ୍ଡପରେ ଖୋଲାଖୋଲି ଭାବରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା । ଅଧିକ ପଢ଼ନ୍ତୁ...

କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ବିବାହ ମଣ୍ଡପରେ ପୋଲିସର ଚଢ଼ାଉ
କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ବିବାହ ମଣ୍ଡପରେ ପୋଲିସର ଚଢ଼ାଉ

By

Published : Jul 20, 2021, 11:00 PM IST

ଭବାନୀପାଟଣା: କୋଭିଡ ନିୟମ ଉଲ୍ଲଂଘନ କରିବାରୁ ବିବାହ ମଣ୍ଡପରେ କଳାହାଣ୍ଡି ପୋଲିସ କଲା ଚଢ଼ାଉ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରେଳ ଷ୍ଟେସନ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଏକ ବିବାହ ମଣ୍ଡପରେ ଖୋଲାଖୋଲି ଭାବରେ କୋଭିଡ ନିୟମ ଉଲ୍ଲଂଘନ କରି ବିବାହ ଭୋଜିର ଆୟୋଜନ କରାଯାଇଥିଲା । ଏନେଇ ଖବର ମିଳିବା ପରେ ଭବାନୀପାଟଣା ପୋଲିସ ଓ ପୌର ବିଭାଗ ଅଧିକାରୀ ମିଳିତ ଭାବରେ କଲ୍ୟାଣୀ ମଣ୍ଡପ ଉପରେ ଚଢ଼ାଉ କରିଥିଲେ।

କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ବିବାହ ମଣ୍ଡପରେ ପୋଲିସର ଚଢ଼ାଉ

କୋଭିଡ ନିୟମ ଅନୁଯାୟୀ ବିବାହ ଭୋଜିରେ କେବଳ ୨୫ ଜଣ ବ୍ୟକ୍ତି ସାମିଲ ହୋଇ ପାରିବେ। କିନ୍ତୁ ଚଢ଼ାଉ ହୋଇଥିବା ବିବାହ ଭୋଜିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ଓ ସମ୍ପର୍କୀୟ ଲୋକେ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨୦ ହଜାର ଟଙ୍କାର ଫାଇନ ଆଦାୟ କରାଯାଯଇଛି । ଏହାସହ କଲ୍ୟାଣ ମଣ୍ଡପକୁ ସିଲ କରିଛି ପୋଲିସ । ଏହାକୁ ନେଇ ସୂଚନା ଦେଇଛନ୍ତିି କଳାହାଣ୍ଡି ଏସପି ।

କୋରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details