ଓଡିଶା

odisha

ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡାରେ ଚାଷ ଜମିରେ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ।

By

Published : Jun 9, 2019, 8:34 AM IST

Updated : Jun 9, 2019, 9:29 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଚାଷ ଜମିରେ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡାଠାରେ ଘଟିଛି ଏହି ଅଘଟଣ । ମୃତକ ଜଣକ ଡୁଡୁକାଠେଙ୍ଗା ପଞ୍ଜାୟତର ଦର୍ଲିପଡା ଗ୍ରାମର ମସ୍ତରାମ ଧଙ୍ଗଡାମାଝୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ, ମସ୍ତରାମ ନିଜ ଟ୍ରାକ୍ଟର ନେଇ ଘଣ୍ଟିଗୁଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଚାଷ ଜମିରେ ଲଙ୍ଗଳ କାମ କରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ମସ୍ତରାମ ନିଜ ପରିବାରର ଏକ ମାତ୍ର ପୁଅ ହୋଇଥିବାରୁ ତାଙ୍କ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 9, 2019, 9:29 AM IST

For All Latest Updates

ABOUT THE AUTHOR

...view details