ଭବାନୀପାଟଣା : କେନ୍ଦୁପତ୍ର ଚୋରି ରାକେଟର ପର୍ଦ୍ଦାଫାସ ହୋଇଛି । ଏ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, କଳାହାଣ୍ତି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଏକାତରା କେନ୍ଦୁପତ୍ର ଫଡ଼ିରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଏକ ଟ୍ରକ ସାହାଯ୍ୟରେ ୪୦ ବସ୍ତା ଓ ତିନିବଣ୍ତଲ କେନ୍ଦୁପତ୍ର ଚୋରି କରିଥିଲେ । ଗତ ୨୯ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଏନେଇ ବନ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଆଉ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୋଲିସ।
କେନ୍ଦୁପତ୍ର ଚୋରି ରାକେଟର ପର୍ଦ୍ଦାଫାସ, ବନ୍ଧା ହେଲେ ୭ ଅଭିଯୁକ୍ତ
କେନ୍ଦୁପତ୍ର ଚୋରି ରାକେଟର ପର୍ଦ୍ଦାଫାସ ହୋଇଛି । ଏ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...
କେନ୍ଦୁପତ୍ର ଚୋରି ରାକେଟର ପର୍ଦ୍ଦାଫାସ; ବନ୍ଧା ହେଲେ ୭ ଅଭିଯୁକ୍ତ
କଳାହାଣ୍ଡି ଏସପି ଶ୍ରବନ ବିବେକଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ତଦନ୍ତକୁ ଜୋରଦାର କରାଯାଇଥିଲା । କେନ୍ଦୁପତ୍ର ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ମହମ୍ମଦ ଖୁର୍ସିଦ ଅଲ୍ଲୀଙ୍କ ସମେତ ୭ ଜଣିଆ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ଗ୍ୟାଙ୍ଗ ବିଭିନ୍ନ ସମୟରେ କେନ୍ଦୁପତ୍ର ଲୁଟ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ବେଳେ ବେଆଇନ ବିଡ଼ି ତିଆରି କରି ବିକ୍ରି କରୁଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ