ଭବନୀପାଟଣା:କଳାହାଣ୍ଡି ଜିଲ୍ଲା ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ତରଫରୁ ରାଜ୍ୟପାଳଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମଦନପୁର ରାମପୁର ସହରର ଜେନାମନ୍ଦିର ଠାରୁ ଆଦିବାସୀ ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପହଞ୍ଚିଥିଲା ।
ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର - ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବି
କଳାହାଣ୍ଡି ଜିଲ୍ଲା ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ତରଫରୁ ରାଜ୍ୟପାଳଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର
ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର
ପରେ ତହସିଲଦାର ସୟଦ ଇସାକ ମଦିନାଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ମଞ୍ଚ ଆସନ୍ତା ଦିନରେ ଦଳଗତ ନିର୍ବିଶେଷରେ ମଦନପୁର ରାମପୁର ଅଞ୍ଚଳର ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ