ଭବାନୀପାଟଣା: ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ 13 ଦିନ ମଧ୍ୟରେ 5 ହାତୀଙ୍କ ମୃତ୍ୟୁ ଘଟି ସାରିଲାଣି । ହାତୀ ମୃତ୍ୟୁ ସ୍ଥାନକୁ ଯାଇ ତଦନ୍ତ କରିବା ପାଇଁ କଳାହାଣ୍ଡିରେ ଆସିଥିବା ଦୁଇ ଜଣିଆ ପ୍ରତିନିଧି ଦଳ କର୍ଲାପାଟ ଯାଇ ତଦନ୍ତ ସାରି ଫେରିଥିବା ବେଳେ ଆଜି ପୁଣି ଜଣେ ହାତୀ ଛୁଆର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ୧୭ ଟି ହାତୀ ଥିବା ବେଳେ କ୍ରମାଗତ ଭାବେ ଗୋଟିଏ ଦଳର ୪ ଟି ମାଈ ହାତୀଙ୍କ ମୃତ୍ୟ ହୋଇଥିବା ବେଳେ ଆଉ ଗୋଟିଏ ଅସୁସ୍ଥ ରହିଥିବା ହାତୀର ମଧ୍ୟ ମୃତ୍ୟୁ ହୋଇଛି ।