ଓଡିଶା

odisha

By

Published : Apr 14, 2023, 1:57 PM IST

ETV Bharat / state

ଡାକ୍ତରଙ୍କଠୁ ସୁନାଗହଣା ଲୁଟି ନେଲେ ଡାକ୍ତର

ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ । ହେଲେ ଜଣେ ଡାକ୍ତର ଅନ୍ୟଜଣେ ଡାକ୍ତରଙ୍କ ପାଖରୁ ଲୁଟ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ

loot from doctor
ଡାକ୍ତରଙ୍କଠୁ ସୁନାଗହଣା ଲୁଟି ନେଲେ ଡାକ୍ତର

ଭବାନୀପାଟଣା:ଡାକ୍ତରଙ୍କ ସୁନାଗହଣା ଲୁଟି ନେଲେ ଡାକ୍ତର । ଡାକ୍ତରଙ୍କୁ ଦ୍ବିତୀୟ ଭଗବାନର ଆଖ୍ୟା ଦିଆଯାଇଥାଏ । ହେଲେ ଏମିତି ବି ଡାକ୍ତର ଅଛନ୍ତି ଯାହାଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଛି । ଡାକ୍ତର ହୋଇ ଲୁଟପାଟ କରୁଥିବା ଭଳି ଅଭିଯୋଗ ସାମ୍ନାକୁ ଆସଛି । ଅଭିଯୁକ୍ତ ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଡାକ୍ତରଙ୍କ ଠାରୁ ସୁନା ଚେନ, ଟଙ୍କା ଲୁଟ କରି ଅନ୍ୟ ଜଣେ ଡାକ୍ତର ଗିରଫ ହୋଇଛନ୍ତି । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଜୁନାଗଡ ପୋଲିସ ସମ୍ପୃକ୍ତ ଡାକ୍ତର ବିକାଶ ସରକାର ଓ ତାଙ୍କ ସହଯୋଗୀ ଭବାନୀପାଟଣା ସହର ବିବିସି ପଡାର ବିଜୟ କୁମାର ରାଉତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପାଖରୁ ମିଳିଥିବା ତଥ୍ୟ ଅନୁସାରେ ଜୁନାଗଡ ସହର ଲକ୍ଷ୍ମୀସାଗର ପଡାରେ ଗତ ୩ ତାରିଖ ରାତି ପ୍ରାୟ ୮ଟାରେ ସ୍ଥାନୀୟ ସନ ହସ୍ପିଟାଲର ଅର୍ଥପେଡିକ ଡାକ୍ତର କେ ଶ୍ରୀନିବାସ ରାଓ ମେଡ଼ିକାଲରୁ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ସୁନା ଚେନ ଝାମ୍ପି ନେବା ସହ ୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ଡାକ୍ତର ରାଓ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...ମେଡ଼ିକାଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ 10ରୁ ଊର୍ଦ୍ଧ୍ବ ଶିଶୁ

ଏହା ବି ପଢନ୍ତୁ...ଆଜିଠୁ 2 ଦିନିଆ ୟୁଥ୍ ୨୦ କନ୍ସଲଟେସନ ମିଟ୍

ଅର୍ଥପେଡିକ ଡାକ୍ତର କେ ଶ୍ରୀନିବାସ ରାଓଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା କେସ ନମ୍ବର (ନଂ.୧୪୨/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଏହି ଘଟଣାରେ ଜଣେ ଡାକ୍ତର ଓ ତାଙ୍କ ସହ ଯୋଗୀଙ୍କ ସମ୍ପୃକ୍ତ ଥିବା ଜଣାପଡିଥିଲା । ପରେ ପୋଲିସ ଅଭିଯୁକ୍ତ ଡାକ୍ତର ଓ ତାର ସହଯୋଗୀକୁ ଭବାନୀପାଟଣାର ଏକ ଭଡା ଘରୁ ଉଠାଇ ନେଇ ପଚାରଉଚରା କରିଥିଲା । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଜୁନାଗଡ଼ ପୋଲିସ । ତେବେ ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତର ବିକାଶ ସରକାର ପୂର୍ବରୁ ଜୁନାଗଡ଼ର ଘରୋଇ ସନ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଏହି ଘଟଣାରେ ଆଉ କେତେଜଣ ଫେରାର ଥିବା ମଧ୍ୟ ଜଣାପଡିଛି । ତେବେ ପୂର୍ବରୁ ଏହି ଡାକ୍ତର ଅନେକ ଗୁଡିଏ ଡକାୟତିରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details