ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ମୋଟେରରେ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ । ମୃତ ଯୁବକ ହେଲେ କୋକସରା ବ୍ଲକ ମୋଟେର ଖୁଟୁଲୁଗୁଡାର ବବୃବାହାନ ହାତୀ ।
ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ - A biker died by road accident
କଳାହାଣ୍ଡି ମୋଟେରରେ ସଡ଼କ ଦୁର୍ଘଟଣା । ବାଇକ ସହ ଏକ ମକା ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଚାଳକ ମୃତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ
ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ
ସୂଚନା ଅନୁସାରେ ବବୃବାହାନ ଏକ ବିବାହ କାମ ସାରି ବାଇକରେ ଫେରୁଥିବା ସମୟରେ ଏକ ମକା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା । ଫଳରେ ଘଟଣାସ୍ଥଳରେ ହିଁ ବବୃବାହାନଙ୍କ ମୃତ୍ୟୁ ଘଟିଲା । ସେପଟେ ଭାରସାମ୍ୟ ହରାଇ ସେହି ମକା ବୋଝେଇ ଟ୍ରକ ମଧ୍ୟ ଓଲଟିପଡିଲା । ଘଟଣା ସମ୍ପର୍କରେ କୋକସରା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି କୋକସରା ପୋଲିସ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ