ଭବାନୀପାଟଣା:ରାଜ୍ୟରେ ଥମୁନି ନାବାଳିକା ଦୁଷ୍କର୍ମ ମାମଲା । ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ନାମରେ ଏହି ଦୁଷ୍କର୍ମ ଅଭିଯୋଗ ଆସିଛି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷିୟ ନାବାଳିକାକୁ ଜଣେ ୬୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଜୟପାଟଣା ଥାନା ଅନ୍ତର୍ଗତ ବାଣ୍ଡିଗାଁର ରତ୍ନାକର ଶବର ଗତ ଡିସେମ୍ବର ୮ ରେ ପୀଡିତା ନାବାଳିକାକୁ କୌଣସି କାମ ବାହାନାରେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏବଂ ଏନେଇ କାହାକୁ କହିବାକୁ ମନା କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ନାବାଳିକା ଜଣକ ଭୟରେ କିଛିଦିନ ଚୁପ ରହିବା ପରେ ଗତକାଲି(ଶନିବାର) ପରିବାର ନିକଟରେ ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲା। ପରିବାର ଏନେଇ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ତଦନ୍ତ ପରେ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଜୟପାଟଣା ପୋଲିସ ସୂଚନା ଦେଇଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ