ଓଡିଶା

odisha

ETV Bharat / state

ଟ୍ରକ ଡ୍ରାଇଭରଙ୍କୁ ଲୁଟ ଓ ହତ୍ୟା ମାମଲା, ୮ ଅଭିଯୁକ୍ତ ଗିରଫ - କଳାହାଣ୍ଡି ଟ୍ରକ ଡ୍ରାଇଭର ମର୍ଡର

ବିଶ୍ବନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଜଙ୍ଗଲରେ ଟ୍ରକ ଡ୍ରାଇଭରଙ୍କୁ ଲୁଟ ଓ ହତ୍ୟା ଘଟଣାରେ 8 ଅଭିଯୁକ୍ତ ଧରାପଡିଛନ୍ତି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/17-October-2020/9209060_klnd.mp4
http://10.10.50.80:6060///finalout3/odisha-nle/finalout/17-October-2020/9209060_klnd.mp4

By

Published : Oct 17, 2020, 2:52 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଜଙ୍ଗଲରେ ଜଣେ ଡ୍ରାଇଭରଙ୍କ ଠାରୁ ଡକାୟତି ଓ ହତ୍ୟା ଘଟଣାରେ 8 ଅଭିଯୁକ୍ତ ଗିରଫ । ଗତ 23 ତାରିଖରେ ଗୋଟିଏ ଟ୍ରକ ଆନ୍ଧ୍ରପ୍ରଦେଶରୁ ଝାରସୁଗୁଡା ଯାଉଥିବା ବେଳେ ବାଟରେ ବ୍ରେକ ଫେଲ ହୋଇ ଗଛରେ ପିଟି ହୋଇଯାଇଥିଲା । ଏହାପରେ ବିଶ୍ବନାଥପୁର ନିକଟସ୍ଥ ବକଟପୁର ଗାଁର 8 ଜଣ ଦୁବୃର୍ତ୍ତ ଉକ୍ତ ଟ୍ରକ ଡ୍ରାଇଭରଙ୍କ ଠାରୁ ଡକାୟତି ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିଲେ । ଶନିବାର ବିଶ୍ବନାଥପୁର ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

ସୂଚନା ଅନୁଯାୟୀ, ଗତ 23 ତାରିଖରେ ଏକ କୋଇଲା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ରାତି ପ୍ରାୟ 8 ଟା ବେଳେ ଗାଡ଼ିଟି ବ୍ରେକ ଫେଲ ହୋଇ ଢେପଗୁଡା ଜଙ୍ଗଲର ରାସ୍ତା କଡ଼ର ଏକ ଗଛରେ ପିଟି ହୋଇଯାଇଥିଲା । ଏହି ଖବର ପାଇ ରାତି ପ୍ରାୟ 12 ଟା ସମୟରେ ବିଶ୍ବନାଥପୁର ନିକଟ ବକଟପୁର ଗାଁର ମାଷ୍ଟରମାଇଣ୍ଡ ଜିତେନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ 8 ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ବିଭିନ୍ନ ମାରଣାସ୍ତ୍ର ଧରି ଗାଡି ଡ୍ରାଇଭର ଓ ହେଲ୍ପରକୁ ଟଙ୍କା ମାଗିଥିଲେ । ଦୁହେଁ ଆମ ପାଖରେ କିଛି ପଇସା ପତ୍ର ନାହିଁ କହିବାରୁ ଉଭୟଙ୍କୁ ବହୁତ ମାଡ଼ ମାରିଥିଲେ । ଫଳରେ ହେଲ୍ପର ଜୀବନ ଭୟରେ ଜଙ୍ଗଲ ଭିତରକୁ ଖସି ପଳାଇଥିଲା । ହେଲେ ଡ୍ରାଇଭର ଜଣକ ଦୌଡ଼ି ପଳାଇଲା ବେଳେ ଦୁର୍ବୃତ୍ତ ତାଙ୍କୁ ମାଡ ମାରି ଆସୁଥିବା ଏକ ଟ୍ରକ ସାମ୍ନାକୁ ଫିଙ୍ଗି ଦେଇଥିଲେ । ଯାହାଦ୍ବାରା ଘଟଣାସ୍ଥଳରେ ଡ୍ରାଇଭରର ମୃ୍ତ୍ୟୁ ଘଟିଥିଲା । ମୃତ ଡ୍ରାଇଭର ଜଣକ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଠିଣି ଜିଲ୍ଲାର ଠାକୁର ସିଂହ ।

ତା ପରଦିନ ଗାଡି ହେଲ୍ପରର ବୟାନକୁ ଭିତ୍ତିକରି ବିଶ୍ବନାଥପୁର ପୋଲିସ ଏକ ମାମଲା ରୁଜୁ କରିଥିଲା । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଓ କେସିଙ୍ଗା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବିଶ୍ବନାଥପୁର ଥାନା ଅଧିକାରୀ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଶନିବାର ସଂପୃକ୍ତ 8 ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାରସିଂହ, ଇଟିଭି ଭାରତ

ABOUT THE AUTHOR

...view details