ଓଡିଶା

odisha

By

Published : Jan 26, 2023, 3:43 PM IST

ETV Bharat / state

Republic Day: କଳାହାଣ୍ଡିରେ ପତାକା ଉତ୍ତୋଳନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ଲାଲବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଗାଁଠୁ ସହର । ସାରା ଦେଶରେ ଉଡୁଛି ତ୍ରିରଙ୍ଗା ପତାକା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଆଜି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଏହି ଦିବସ ପାଳନ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

ଜିଲ୍ଲାର ଏନସିସି, ନାଭାଲ ୟୁନିଟ, ସ୍କାଉଟ ଗାଇଡ଼ ଓ ପୋଲିସ ପ୍ରଶାସନକୁ ମିଶାଇ ୩୪ଟି ଦଳ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ବୀରତ୍ବର ଗାଥାକୁ ନିଜ ଅଭିଭାଷଣରେ ମନେ ପାକାଇଥିଲେ ମନ୍ତ୍ରୀ । ଦେଶରେ ବ୍ରିଟିଶ ସରକାର ବିରୁଦ୍ଧରେ ସେ କନ୍ଧ ଆଦିବାସୀମାନଙ୍କୁ ଏକଜୁଟ କରି ବ୍ରିଟିଶ ସରକାର ବିରୁଦ୍ଧରେ ଲଢେଇ କରିଥିଲେ । ଦେଶ ପାଇଁ ତାଙ୍କର ଅବଦାନ ଅମୂଲ୍ୟ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।

ଏହାପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ୨୦୨୨ ମସିହା ଫେବୃଆରୀ ୫ ତାରିଖରେ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଗାଁର ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ଲାଲବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ସେହି ବୀର ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନକୁ ଦିବଙ୍ଗତ ସାମ୍ବାଦିକଙ୍କ ସ୍ତ୍ରୀ ଓ ଝିଅ ଗ୍ରହଣ କରିଥିଲେ ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବି.ଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details