ଓଡିଶା

odisha

ETV Bharat / state

ବ୍ୟାପୁଛି କୋରୋନା, କଳାହାଣ୍ତିରୁ ୬୯ ଆକ୍ରାନ୍ତ ଚିହ୍ନଟ - kalahandi news

କଳାହାଣ୍ତିରେ ବ୍ୟାପୁଛି କୋରୋନା । କଳାହାଣ୍ତିରୁ ୬୯ ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୭୯୭ । ସେପଟେ, ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା । ଅଧିକ ପଢନ୍ତୁ...

69 more covid positive found in kalahandi
ବ୍ୟାପୁଛି ସଂକ୍ରମଣ, କଳାହାଣ୍ତିରୁ ୬୯ ଆକ୍ରାନ୍ତ ଚିହ୍ନଟ

By

Published : Sep 22, 2020, 8:33 AM IST

ଭବାନୀପାଟଣା: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କଳାହାଣ୍ଡିରୁ ସୋମବାର ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୯୬୭ ଜଣ ସୁସ୍ଥ ହୋଇ ଥିବା ବେଳେ ୮୧୨ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

ବ୍ୟାପୁଛି ସଂକ୍ରମଣ, କଳାହାଣ୍ତିରୁ ୬୯ ଆକ୍ରାନ୍ତ ଚିହ୍ନଟ

ସେପଟେ, ଭବାନୀପାଟଣା ସହରରେ ନିୟନ୍ତ୍ରଣ ବାହାରେ ରହିଛି ସଂକ୍ରମଣ । ପ୍ରଶାସନର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୨୭ ଆକ୍ରାନ୍ତ ଭବାନୀପାଟଣା ସହରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୪୫ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୩୭୭ ଜଣଙ୍କ ମଧ୍ୟରୁ ୪୧ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୩୩୬ ଜଣ ହୋମ ଆଇସୋଲେସନରେ ଅଛନ୍ତି। ତେବେ ସହର ମଧ୍ୟରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ପ୍ରଶାସନ। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ କୋଭିଡ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଉପରେ ସହରବାସୀ ଗୁରୁତ୍ବ ଦେବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details