ଭବାନୀପାଟଣା: ଉଦଘାଟନ ଅପେକ୍ଷାରେ ମହାଲିଙ୍ଗରେ ନିର୍ମିତ ସର୍ବବୃହତ ଶିବଲିଙ୍ଗ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମରେ ନିର୍ମାଣ ହୋଇଛି ସର୍ବବୃହତ ଶିବ ଲିଙ୍ଗ ।
କଳାହାଣ୍ଡିରେ 55 ଫୁଟର ଶିବଲିଙ୍ଗ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ - କଳାହାଣ୍ଡି 55 ଫୁଟର ଶିବଲିଙ୍ଗ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମରେ ନିର୍ମାଣ ହୋଇଛି 55 ଫୁଟ ବିଶିିଷ୍ଟ ସର୍ବବୃହତ ଶିବ ଲିଙ୍ଗ । ଅଧିକ ପଢନ୍ତୁ...
କଳାହାଣ୍ଡିର ମହାଲିଙ୍ଗ ଗ୍ରାମରେ ପ୍ରତିଷ୍ଠା ହେବ ସର୍ବବୃହତ 55 ଫୁଟର ଶିବଲିଙ୍ଗ
କଳାହାଣ୍ଡିର ମହାଲିଙ୍ଗ ଗ୍ରାମରେ ପ୍ରତିଷ୍ଠା ହେବ ସର୍ବବୃହତ 55 ଫୁଟର ଶିବଲିଙ୍ଗ
ମହାଲିଙ୍ଗ ଗ୍ରାମର ନାମ ଅନୁସାରେ ନିର୍ମାଣ ହୋଇଛି ଏହି ଶିବ ଲିଙ୍ଗ । ଏହି ଶିବ ଲିଙ୍ଗର ଉଚ୍ଚତା ୫୫ ଫୁଟ ହୋଇ ଥିବାବେଳେ ଗ୍ରାମବାସୀ ଶ୍ରମଦାନ କରି ମାତ୍ର ଅଢେଇ ମାସରେ ନିର୍ମାଣ କରିଛନ୍ତି ଏହି ଶିବ ଲିଙ୍ଗ । ବର୍ତ୍ତମାନ ଏହି ବଡ଼ ଶିବ ଲିଙ୍ଗ ଉଦଘାଟନ ଅପେକ୍ଷାରେ ଥିବାବେଳେ ଵର୍ତମାନ ଠାରୁ ଦେଖିବାକୁ ଲୋକଙ୍କ ଭିଡ଼ ବୃଦ୍ଧି ପାଉଛି । ଉକ୍ତ ଶିବ ଲିଙ୍ଗ ପ୍ରତିଷ୍ଠା ପାଇଁ ସମସ୍ତ କାର୍ଯ୍ୟ ସରି ଯାଇଥିବାବେଳେ ଏଥିପାଇଁ ମହାଲିଙ୍ଗ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ