ଓଡିଶା

odisha

By

Published : Nov 13, 2022, 2:09 PM IST

Updated : Nov 13, 2022, 2:39 PM IST

ETV Bharat / state

୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ଗୋଟିଏ ଦିନରେ ୮୯୨ଟି ମାମଲାର ଶୁଣାଣି

କଳାହାଣ୍ଡିରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ । ଗୋଟିଏ ଦିନରେ ୮୯୨ଟି ମାମଲା ଫଇସଲା । ଅଧିକ ପଢ଼ନ୍ତୁ

4th national lok adalat held in kalahandi
୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ଗୋଟିଏ ଦିନରେ ୮୯୨ଟି ମାମଲାର ଶୁଣାଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଦିପ୍ତି ରଞ୍ଜନ କାନୁନ୍‌ଗୋ ଓ ସଚିବ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି ।

୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଷ୍ଠିତ ଲୋକ ଅଦାଲତରେ ୬୪ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୮,୩୭,୫୦୦ ଟଙ୍କା ଆଦାୟ କରାଯାଇଥିବାବେଳେ ୨୪ଟି ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧,୧୦, ୯୩,୦୦୦ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଲୋକ ଅଦାଲତରେ ୨୮ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇଛି । ସେହିପରି ବିଚାର ଯୋଗ୍ୟ ୫୩୪ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଠକି ଦେଲା ସ୍ବାମୀ, ଅନ୍ୟ ପୁରୁଷ ସହ ସ୍ତ୍ରୀକୁ କରାଇଲା ବିବାହ

ଏନଆଇ ଆକ୍ଟ (NI Act Cases ଦଫା-୧୩୮) ୫ଟି ଫଇସଲା କରାଯାଇ ୧୫, ୨୧, ୨୭ ଟଙ୍କା ଆଦାୟ କରାଯାଇଥିଲା । ୧୧ଟି ବିବାହ ଜନିତ ମକଦ୍ଦମାର ନିଷ୍ପତ୍ତି ନିଆଯାଇଛି । ୨୨୩ଟି ରାଜସ୍ବ ମକଦ୍ଦମାର ଫଇସଲା କରି ୧,୦୧,୩୩୪ ଟଙ୍କା ଆଦାୟ ହୋଇଛି । ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧିକାରୀ ଦିପ୍ତି ରଞନ କାନୁନ୍‌ଗୋ, ଅତିରିକ୍ତ ଜିଲ୍ଲା ଜଜ ଭିଜିଲାନ୍ସ ଶ୍ରୀକାନ୍ତ ମିଶ୍ର ଏବଂ ଅତିରିକ୍ତ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Nov 13, 2022, 2:39 PM IST

ABOUT THE AUTHOR

...view details