ଭବାନୀପାଟଣା: କେସିଙ୍ଗା ପୋଲିସକୁ ମିଳିଛି ଆଉ ଏକ ସଫଳତା । ମକା ବୋଝେଇ ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କେସିଙ୍ଗା ସହରର ପ୍ରବେଶ ପଥରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ଚଢ଼ାଉ କରି ୧୧୯ ପ୍ୟାକେଟ ଗଞ୍ଜେଇ ଜବତ କରିଛି । ଯାହାର ଓଜନ ୬ କ୍ବିଣ୍ଟାଲ ହେବା ସହ ଜବତ ଗଞ୍ଜେଇର ମୂଲ୍ୟ ୪୦ଲକ୍ଷ ଟଙ୍କା ହେବା ନେଇ ପୋଲିସ ଅନୁମାନ କରୁଛି ।
40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପିକଅପ ଭ୍ୟାନ ଜବତ - Kesinga Police
କେସିଙ୍ଗା ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ପିକଅପ ଭ୍ୟାନ ଜବତ, ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ...
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଗିରଫ
ସୂଚନାନୁଯାୟୀ କେସିଙ୍ଗା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଭବାନୀପାଟଣାରୁ ସମ୍ବଲପୁର ରାସ୍ତାରେ ଚଢାଉ ଜାରି ରଖିଥିବା ବେଳେ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ତେବେ ଏହି ଚଢାଉ କାର୍ଯ୍ୟକ୍ରମରେ ଥାନାଧିକାରୀ ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ କେସିଙ୍ଗା ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ