ଓଡିଶା

odisha

ETV Bharat / state

ଭବାନୀପାଟଣାରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି - ପୁଲୱାମା ଆକ୍ରମଣ

ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ । ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଶହୀଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ

ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ
ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ

By

Published : Feb 14, 2023, 10:57 PM IST

ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ

ଭବାନୀପାଟଣା: ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ । ଅଜି ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଦେଶବାସୀ । ତେବେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଏହି ଶହୀଦମାନଙ୍କୁ ଆଜି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : Pulwama Anniversary: 19 ଆତଙ୍କୀ ମଧ୍ୟରୁ 8 ନିପାତ, 7 ଗିରଫ, ପାକିସ୍ତାନରେ ଲୁଚିଛନ୍ତି 4

ଆଜି ବି ସେଇ ଛାତିଥରା ସବୁ ଦୃଶ୍ୟ ଭାରତୀୟଙ୍କ ହୃଦୟରେ ତାଜା ହୋଇ ରହିଛି । ଆଜିର ଦିନରେ ଭାରତ ମାଟିରେ ଆତତାୟୀଙ୍କ ବିସ୍ଫୋରଣରେ ଶହୀଦ ହୋଇଯାଇଥିଲେ ଅନେକ ବୀର ଯବାନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ପକ୍ଷରୁ ସହରର ସ୍ମାର୍ଟ ପାର୍କ ଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତେବେ ଆଜିର ଦିନକୁ ମଧ୍ୟ ଯୁବପୀଢ଼ି ଭାଲେଣ୍ଟାଇନ ଡେ ଭାବେ ପାଳନ କରନ୍ତି । ଭେଲେଣ୍ଟାଇନ କୁ ନେଇ ଯୁବ ପିଢ଼ି ପାର୍କରେ ସମୟ ଅତି ବାହିତ କରିବା କୁ ଆସିବା ସହ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ପୌର ଅଧକ୍ଷା ସଂଯୁକ୍ତା ବେହେରା, ପୌର ଅଧିକାରୀ ବଳୟ ଦେହୁରୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର ଙ୍କ ସମେତ ସମସ୍ତ କାଉନସିଲରଙ୍କ ଉପସ୍ଥିତରେ ଏହି କାର୍ଯ୍ଯକ୍ରମ କରାଯାଇଥିଲା ।

ପାର୍କକୁ ଆସୁଥିବା ପ୍ରତ୍ୟେକଟି ବ୍ୟକ୍ତି କ୍ୟାଣ୍ଡେଲ ଜାଳି ଦେଶ ମାତୃକା ପାଇଁ ଜୀବନ କୁ ବଳିଦାନ ଦେଇଥିବା ସେହି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ଶହୀଦ ବୀର ଯବାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ । ସେହିଭଳି ଭବାନୀପାଟଣା ସହରର କଲମ ଛକ ଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କଲାମ ଛକ ଠାରେ ଦୀପ ଜାଳି ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ କିଛି କ୍ଷଣ ଅଟକି ଯାଇ ବୀର ଯବାନକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେହିଭଳି ଜିଲ୍ଲାର ମଦନପୁର ରାମପୁର ଠାରେ ମଧ୍ୟ ବିବେକ ସେନା ପକ୍ଷରୁ ପୁଲବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।



ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details